ମାଓ ସଂଗଠନକୁ ଶକ୍ତ ଝଟ୍‌କା, ୩୧ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ୩୧ ମାଓବାଦୀଙ୍କ ଆତ୍ମସମର୍ପଣ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ପୋଲିସ ନିକଟରେ ୩୧ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।  ଦାନ୍ତେୱାଡା ଏସପିଙ୍କ ନିକଟରେ ୨୬ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।  ନାରାୟଣପୁର ଜିଲ୍ଲା ଏସପିଙ୍କ ନିକଟରେ ୫ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।

ଏମାନେ ସମସ୍ତେ ଦକ୍ଷିଣ ବସ୍ତର ମାଓ ସଙ୍ଗଠନରେ ସକ୍ରିୟ ସଦସ୍ୟ ଥିଲେ ।  ଅନେକ ମାଓ ହିଂସାକାଣ୍ଡରେ ଜଡିତ ଥିଲେ ।  ଛତିଶଗଡ଼ ସରକାରଙ୍କ ଆତ୍ମସମର୍ପଣ ନୀତିରେ ଆକର୍ଷିତ ହୋଇ ୩୧ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।  ଗୋଟିଏ ପଟେ ସୁରକ୍ଷାକର୍ମୀଙ୍କ ଅପରେସନ କଗାର ଜୋରଦାର ଚାଲିଥିବା ବେଳେ ଅନେକ ମାଓବାଦୀ ନିହତ ହୋଇଛନ୍ତି । ସରେଣ୍ଡର କରିଥିବା ମାଓବାଦୀଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବେ ବୋଲି ଦାନ୍ତେୱାଡା ଏବଂ ନାରାୟଣପୁର ଏସପି କହିଛନ୍ତି ।

 

ଆହୁରି ପଢ଼ନ୍ତୁ : ଛତିଶଗଡ଼ରେ ଥମୁନି IED ବିସ୍ଫୋରଣ, ଜଣେ ମୃତ, ଜଣେ ଗୁରୁତର