ରାଜଧାନୀରେ ବଢ଼ୁଛି ଡେଙ୍ଗୁ କାୟା, ଗତ ୨୪ ଘଣ୍ଟାରେ ୩୨ ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀରେ ବଢ଼ୁଛି ଡେଙ୍ଗୁ କାୟା । ଗତ ୨୪ ଘଣ୍ଟାରେ ୩୨ ଡେଙ୍ଗୁ ରୋଗୀ ଚିହ୍ନଟ। ଭୁବନେଶ୍ୱରରେ ମୋଟ ରୋଗୀ ସଂଖ୍ୟା ୧୯୬୫କୁ ବୃଦ୍ଧି ପାଇଛି। ଜାନୁଆରୀ ପହିଲାରୁ ସେପ୍ଟେମ୍ବର ୨୦ ମଧ୍ୟରେ ଚିହ୍ନଟ ହୋଇଛନ୍ତି ସମସ୍ତ ରୋଗୀ। ଜୁନ୍‌ ପରଠାରୁ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି।

ନୀଳାଦ୍ରି ବିହାର ଅଞ୍ଚଳରୁ ସର୍ବାଧିକ ୩୦୬ ଜଣ ଚିହ୍ନଟ ହୋଇଛନ୍ତି। ସେପଟେ ରାଜଧାନୀର ଡେଙ୍ଗୁ ସ୍ଥିତିକୁ ଦୃଷ୍ଟିରେ ରଖି ବିଏମସି ସତର୍କ ଅଛି। ଲୋକଙ୍କୁ ସଚେତନ କରାଯାଉଛି। ଅଧିକ ବର୍ଷା ଯୋଗୁଁ ଡେଙ୍ଗୁର ପ୍ରକୋପ ବଢ଼ିବା ଆଶଙ୍କା କରାଯାଉଛି। ଆଗାମୀ ଏକମାସ ପର୍ଯ୍ୟନ୍ତ ଅଧିକ ସଚେତନ ଓ ଯତ୍ନବାନ ହେବା ପାଇଁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.