ନୂଆଁ ବାରଘର ଗ୍ରାମରେ ଛେଳି ମଡ଼କ ଅଭିଯାଗ, ୪ ଦିନରେ ମଲେଣି ୩୨ ଛେଳି

ଗଜପତି (କେନ୍ୟୁଜ) : ନୂଆଁ ବାରଘର ଗ୍ରାମରେ ଦେଖା ଯାଇଛି ଛେଳି ମୃତ୍ୟୁ ଆତଙ୍କ। ଚାରିଦିନରେ ମଲେଣି ୩୨ ଛେଳି। ଏମିତି ଅଭିଯାଗ ଆଣିଛନ୍ତି ଗ୍ରାମବାସୀ । ଗ୍ରାମରେ ପହଞ୍ଚିଲେ ପ୍ରାଣୀ ଚିକିତ୍ସା ଦଳ। ରୋଗର ଟେର ପାଇପାରୁନି ପ୍ରାଣୀଚିକିତ୍ସା ଦଳ।

ଅଜଣା ରୋଗରେ ମରୁଛନ୍ତି ଛେଳି। ଓଡିଶା ଜୀବିକା ମିଶନ ଗଜପତି ଶାଖା ଦ୍ଵାରା ବଣ୍ଟନ ଛେଳି ଠାରୁ ସଂକ୍ରମୀତ ହୋଇପାରେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେବେ ଏ ସମ୍ପର୍କରେ କୌଣସି ସଠିକ ତଥ୍ୟ ପ୍ରକାଶ ପାଇନାହିଁ । ଛେଳି ମୃତ୍ୟୁର କାରଣ ଖୋଜା ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.