ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ପାଇଁ ମତଦାନ, ସୁରକ୍ଷା ପାଇଁ ୩୩ ହଜାର ପୋଲିସ ଓ ୧୦୨ କମ୍ପାନୀ କେନ୍ଦ୍ରୀୟ ଫୋର୍ସ

ଆସନ୍ତାକାଲି କଡ଼ା ସୁରକ୍ଷାରେ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ପାଇଁ ମତଦାନ ହେବ । ଅବାଧ, ମୁକ୍ତ ଓ ଶାନ୍ତିଶୃଙ୍ଖଳାର ସହ ଭୋଟିଂ ପାଇଁ ବ୍ୟାପକ ପ୍ରସ୍ତୁତି ।

ଭୁବନେଶ୍ୱର : ଆସନ୍ତାକାଲି କଡ଼ା ସୁରକ୍ଷାରେ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ପାଇଁ ମତଦାନ ହେବ । ଅବାଧ, ମୁକ୍ତ ଓ ଶାନ୍ତିଶୃଙ୍ଖଳାର ସହ ଭୋଟିଂ ପାଇଁ ବ୍ୟାପକ ପ୍ରସ୍ତୁତି । ମାଓପ୍ରବଣ ଅଞ୍ଚଳ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି  । ପ୍ରାକ୍ ନିର୍ବାଚନୀ ହିଂସାକୁ ଦୃଷ୍ଟିରେ ରଖି ପୋଲିସ ସଜାଗ  । ସୁରକ୍ଷା ପାଇଁ ୩୩ ହଜାର ପୋଲିସ ଓ ୧୦୨ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ ବୋଲି କହିଛନ୍ତି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ ।

ଫୋକସରେ ରହିଛି ଆସିକା ଓ କନ୍ଧମାଳ ଲୋକସଭା କ୍ଷେତ୍ର । ଆସିକା ଲୋକସଭା କ୍ଷେତ୍ରରେ ଅନେକ ଉତ୍ତେଜନାପ୍ରବଣ ବୁଥ୍ ରହିଛି । ସୀମାବର୍ତ୍ତୀ ଅଞ୍ଚଳରେ ବ୍ଲକିଂ, ଚେକିଂ କଡ଼ାକଡ଼ି କରାଯାଇଛି । ମତଦାନ ପାଇଁ କଡ଼ା ସୁରକ୍ଷା ଭିତରେ ଇଭିଏମ ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି ବୋଲି ଡିଜିପି କହିଛନ୍ତି ।

Leave A Reply

Your email address will not be published.