ବହୁ ଚର୍ଚ୍ଚିତ ପ୍ରିୟଙ୍କା ସାହୁ ହତ୍ୟା ମାମଲା, ୩୫୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା କମିଶନରେଟ୍‌ ପୋଲିସ୍‌

ଭୁବନେଶ୍ୱର(କେ ନ୍ୟୁଜ): ବହୁ ଚର୍ଚ୍ଚିତ ପ୍ରିୟଙ୍କା ସାହୁ ହତ୍ୟା ମାମଲା । ୩୫୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା କମିଶନରେଟ୍‌ ପୋଲିସ୍‌ । ଏହି ଘଟଣାରେ ଜଗନ୍ନାଥ ପ୍ରଧାନ ଏକମାତ୍ର ଅଭିଯୁକ୍ତ । ଜଗନ୍ନାଥଙ୍କ ନାଁରେ ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ୩୫୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରିଛି ପୋଲିସ୍‌ । ପ୍ରିୟଙ୍କାଙ୍କ ସ୍ୱାମୀ, ଘର ମାଲିକଙ୍କ ସମେତ ୫୫ଜଣ ସାକ୍ଷୀ ରହିଛନ୍ତି । ସିଡିଆର ରିପୋର୍ଟ ଓ ବୈଷୟିକ ପ୍ରମାଣକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଜଗନ୍ନାଥଙ୍କ ଫେସବୁକ୍‌ ଓ ହ୍ଵାଟସଆପ୍‌ରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି ।

ସେ ପ୍ରିୟଙ୍କାଙ୍କୁ କାହିଁକି ମାରିଲେ, ସେନେଇ ସେ ଫେସବୁକ୍‌ରେ ଉଳ୍ଲେଖ କରିଛନ୍ତି । ଫେସବୁକ୍‌ ଓ ହ୍ଵାଟସଆପ୍‌ରେ ଥିବା ସମସ୍ତ ଲେଖାକୁ ନେଇ ସାଇବର ଏକ୍ସପର୍ଟଙ୍କ ଜରିଆରେ ପ୍ରମାଣ ଯୋଗାଡ କରିଛି ପୋଲିସ୍‌ । ହତ୍ୟାରେ ବ୍ୟବହୃତ ହୋଇଥିବା ୨ଟି ଛୁରୀ, ସାଇଣ୍ଟିଫିକ୍‌ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ସହିତ ପାରିପାର୍ଶ୍ୱିକ ତଥ୍ୟ ଓ ସାକ୍ଷୀଙ୍କ ବୟାନ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.