୧୪ ଦିନରେ ପହଞ୍ଚିଲା ପୂର୍ବତନ ରେଳ ଅଧିକାରୀଙ୍କ ଘରେ ଚଢାଉ, ପୁଣି ଲକରରୁ ମିଳିଲା ନଗଦ ୩୬ ଲକ୍ଷ ଟଙ୍କା

(କେନ୍ୟୁଜ): ବଢିଲା ଇଷ୍ଟକୋଷ୍ଟ ରେଲେଓ୍ଵର ପୂର୍ବତନ ପ୍ରିନ୍ସପାଲ ଚିଫ୍‌ ଅପରେସନସ୍‌ ମ୍ୟାନେଜର ପ୍ରମୋଦ କୁମାର ଜେନାଙ୍କ ଅଡୁଆ । ପୁଣି ମିଳିଲା ପୂର୍ବତନ IRTS ଅଧିକାରୀ ପ୍ରମୋଦ କୁମାର ଜେନାଙ୍କ ଲକରରୁ ନଗଦ ୩୬ ଲକ୍ଷ ଟଙ୍କା । ଅଷ୍ଟମ ଲକରରୁ ନଗଦ ଟଙ୍କା ସହ ମିଳିଛି ୪୫୭ ଗ୍ରାମ ସୁନା । ଏଯାଏ ୧ କୋଟି ୯୩ ଲକ୍ଷ ଟଙ୍କା ଜବତ କରିଛି ସିବିଆଇ । ୧୭.୪୫ କେଜି ସୁନା ମଧ୍ୟ ଜବତ ହେଲାଣି। ଜବତ ସୁନାର ଆନୁମାନିକ ମୁଲ୍ୟ ୯ କୋଟି ୭୫ ଲକ୍ଷ ଟଙ୍କା ।

ଗତକାଲି ତାଙ୍କ ଲକରରୁ ମିଳିଥିଲା ୧୭ କେଜି ସୁନା। ଏହା ସହ ଏକ କୋଟି ୫୭ଲକ୍ଷ ଟଙ୍କା, ବିଭିନ୍ନ ବ୍ୟାଙ୍କରେ ଏଫଡି ଆକାରରେ ୩ କୋଟି ୩୩ଲକ୍ଷ ଟଙ୍କା ଓ ବ୍ୟାଙ୍କ ବାଲାନ୍‌ସରୁ ଏକ କୋଟି ୫୧ଲକ୍ଷ ଟଙ୍କା ଜବତ ହୋଇଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତ ୩ ତାରିଖରେ ଭୁବନେଶ୍ୱର, କଟକ ଓ ଜଗତସିଂହପୁରରେ ଏକକାଳୀନ ରେଡ୍‌ କରିଥିଲା ସିବିଆଇର । ୨୦୨୨ ମସିହା ନଭେମ୍ବର ୩୦ ତାରିଖରେ ଚାକିରିରୁ ଅବସର ନେଇଛନ୍ତି ପ୍ରମୋଦ କୁମାର ଜେନା। ବେଆଇନ ଭାବେ ସଂପତ୍ତି କମାଇବା ଏକ ଧର୍ତ୍ତବ୍ୟ ଅପରାଧ ହୋଇଥିବାରୁ ଦୁର୍ନୀତି ନିବାରଣ ଆଇନର ବିଭିନ୍ନ ଧାରାରେ ତାଙ୍କ ନାଁରେ ସିବିଆଇ ମାମଲା ରୁଜୁ କରିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.