ରଥ ନିର୍ମାଣ ପ୍ରକ୍ରିୟା ଜୋର ଧରିଛି, ତିନିରଥର ମୋଟ ୪୨ଟି ଚକ ମଧ୍ୟରୁ ୩୬ଟି ଚକ ନିର୍ମାଣ ଶେଷ ସରିଛି

ପୁରୀ(କେନ୍ୟୁଜ୍):   ଶ୍ରୀକ୍ଷେତ୍ରରେ ରଥ ନିର୍ମାଣ ପ୍ରକ୍ରିୟା ଜୋର ଧରିଛି ।ଆଜି ସୁଦ୍ଧା ତିନିରଥର ମୋଟ ୪୨ଟି ଚକ ମଧ୍ୟରୁ ୩୬ଟି ଚକ ନିର୍ମାଣ ଶେଷ ସରିଛି । ପ୍ରତି ରଥର ତିନୋଟି ଭୂଇଁ ନିର୍ମାଣରେ ପ୍ରତ୍ୟେକ ଭୂଇଁ ପାଇଁ ୪ଟି ଲେଖାଏଁ ୧୨ଟି ‘ଭୂଇଁଚଉତା’ ଆବଶ୍ୟକ ହୋଇଥାଏ। ଆଜି ସୁଦ୍ଧା ତିନି ରଥର ୮ଟି ଲେଖାଁଏ ଭୂଇଁଚଉତାର ଚଉପଟ କାର୍ଯ୍ୟ ସରିଛି । ଏଥିସହ ତିନିରଥର ୪ଟି ଲେଖାଏଁ ମୁହାଁଟ ଏବଂ ୪ଟି ଲେଖାଏଁ ନିରାଡ଼ି ନିର୍ମାଣ କାମ ଶେଷ ହୋଇଛି ।

ତିନିରଥର ରୂପକାର ସେବକମାନେ ପ୍ରଥମ ପର୍ଯ୍ୟାୟରେ ତିନିରଥର ୬ଟି ଲେଖାଁଏ ସାଲ ଗୁଜରେ ସିଂହ ବିରାଳ ରୂପ ଖୋଦେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତିନିରଥର ୪ଟି ଲେଖାଏଁ ତିଖ ଗୁଜରେ ସିଂହ ବିରାଳ ରୂପ ଖୋଦେଇ କାର୍ଯ୍ୟ ରୂପକାର ସେବକମାନେ ଜାରି ରଖିଛନ୍ତି । ଦୋଳବେଦୀ ଅସ୍ଥାୟୀ କମାରଶାଳରେ ତିନିରଥର ଓଝା ସେବକମାନେ ତୁମ୍ବରେ ମାପ ଅନୁଯାୟୀ ବଳା ନିର୍ମାଣ ସହ, ଘଡ଼ିମୁହଁ, ଦଣ୍ଡା, କଣ୍ଟା ନିର୍ମାଣ ଜାରି ରଖିଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.