ବାଗୁରାଇରୁ ୩୭ ଗ୍ରାମ ବ୍ରାଉନ ସୁଗର ଜବତ, ୨ ଗିରଫ

ଭଦ୍ରକ ବାଗୁରାଇରୁ ବ୍ରାଉନ ସୁଗର ରଖିବା ଅଭିଯୋଗରେ ଅବକାରୀ ପୋଲିସ ୨ ଜଣକୁ ଗିରଫ କରିଛି । ତା ନିକଟରୁ ବ୍ରାଉନ ସୁଗର ଜବତ କରିଛି ପୋଲିସ ।

ଭଦ୍ରକ : ଭଦ୍ରକ ବାଗୁରାଇରୁ ବ୍ରାଉନ ସୁଗର ରଖିବା ଅଭିଯୋଗରେ ଅବକାରୀ ପୋଲିସ ୨ ଜଣକୁ ଗିରଫ କରିଛି । ତାଙ୍କ ନିକଟରୁ ବ୍ରାଉନ ସୁଗର ଜବତ କରିଛି ପୋଲିସ । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଅବକାରୀ  ବିଭାଗର ସ୍ୱତନ୍ତ୍ର ଟିମ ପେଟ୍ରୋଲିଂ ଜାରି ରଖିଥିଲା ।

ଏହି ସମୟରେ ଭଦ୍ରକ ସହରାଞ୍ଚଳ ଥାନା ଅନ୍ତର୍ଗତ ବାଗୁରାଇ ମେଡିକାଲ ନିକଟରେ ଗୋଟିଏ ସୁଜୁକି ଆସେସ- ସ୍କୁଟିରୁ ୩୭ ଗ୍ରାମ ବ୍ରାଉନସୁଗାର ସମେତ ୧୨ ହଜାର ୦୧ ଶହ ଟଙ୍କା ଜବତ କରିଥିଲା ପୋଲିସ । ଏଥିରେ ସମ୍ପୃକ୍ତ ଥିବା ସହରାଞ୍ଚଳ ଥାନା ଅନ୍ତର୍ଗତ ନରିପୁର ଗ୍ରାମର ଗୀତାରାଣୀ ବେହେରା ଓ ପ୍ରଶାନ୍ତ ବେହେରାଙ୍କୁ ଗିରଫ କରାଯାଇଛି। ଜବତ ବ୍ରାଉନସୁଗାର ଓ ସ୍କୁଟିର ଆନୁମାନିକ ମୂଲ୍ୟ ୦୪ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l

You might also like