ଭୁଶୁଡ଼ୁଛି ମାଓ ଦୁର୍ଗ, ୩୭ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି : ଡେଡ୍ ଲାଇନ ପାଖୋଉଛି, ଭୁଶୁଡ଼ୁଛି ମାଓ ଦୁର୍ଗ। ଛୁଟିଛି କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣର ସୁଅ। ଆଜି ଆଉ ୩୭ ଜଣ ହାର୍ଡକୋର ମାଓବାଦୀ ଅସ୍ତ୍ର ଛାଡ଼ିଛନ୍ତି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦନ୍ତେୱାଡାରେ ଆତ୍ମସମର୍ପଣ କରିଛନ୍ତି ୩୭ ହାର୍ଡକୋର ମାଓବାଦୀ। ଦାନ୍ତେୱାଡ଼ା ଏସପିଙ୍କ ନିକଟରେ ଆତ୍ମମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମୁଣ୍ଡରେ ୬୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା।

ଦକ୍ଷିଣ ବସ୍ତର ମାଓ ସଙ୍ଗଠନର ଏମାନେ ସକ୍ରିୟ ସଦସ୍ୟ ଥିଲେ। ଅନେକ ହିଂସାକାଣ୍ଡ ଘଟାଇ ପୋଲିସକୁ ନାକେଦମ କରିଥିଲେ। ହିଡ଼ମା ଭଳି ଟପ୍ ମାଓ ନେତାଙ୍କୁ ଏନକାଉଣ୍ଟର ପରେ ନକ୍ସଲ ଶିବିରରେ ଛନକା। ଶହଶହ ସଂଖ୍ୟାରେ ମାଓବାଦୀ ଆତ୍ମସମର୍ପଣ କରୁଛନ୍ତି। ମାଓ ମୂଳପୋଛ ପାଇଁ ୨୦୨୬ ମାର୍ଚ୍ଚ ମାସକୁ ଡେଡ୍ ଲାଇନ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଯେଉଁ ମାଓବାଦୀମାନେ ଅସ୍ତ୍ର ଛାଡ଼ି ନାହାନ୍ତି, ସେମାନେ ବି ଅସ୍ତ୍ରଛାଡ଼ି ମୁଖ୍ୟ ସ୍ରୋତକୁ ଫେରିବାକୁ ଦାନ୍ତେୱାଡ଼ା ଏସପି ଆହ୍ବାନ ଦେଇଛନ୍ତି। ରେଣ୍ଡର କଲେ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି।