ଖୋଲିଲା ମା ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଡି, ବାହାରିଲା ରେକର୍ଡ ୬୯ ଲକ୍ଷ ୯୦ ହଜାର ୨୮୪ ଟଙ୍କା
ରାୟଗଡା (କେନ୍ଯୁଜ୍): ରାୟଗଡା ସହରର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଡି ଖୋଲିଛି । ଏଥର ହୁଣ୍ଡିରୁ ରେକର୍ଡ ୬୯ ଲକ୍ଷ ୯୦ ହଜାର ୨୮୪ ଟଙ୍କା ବାହାରିଛି । କୋରୋନା କଟକଣା ଯୋଗୁଁ ୧୧ ମାସ ପରେ ମା ମଝିଘରିଆଣୀଙ୍କ ମନ୍ଦିର ଖୋଲାଗଲା । ହୁଣ୍ଡିରୁ କିଛି ବିଦେଶୀ ମୁଦ୍ରା ବାହାରିଛି ।
ମାଲେସିଆ ଓ ସାଉଦିର ଟଙ୍କା ଥିବା ସୂଚନା ମିଳିଛି । ଏହାସହ ହୁଣ୍ଡିରୁ ୫୪ ଗ୍ରାମ ସୁନା, ୫ କେଜିରୁ ଅଧିକ ରୂପା ମଧ୍ୟ ବାହାରିଛି । କଡା ସୁରକ୍ଷା ଭିତରେ ବ୍ୟାଙ୍କ କର୍ମଚାରୀଙ୍କ ସହାୟତାରେ ଦୀର୍ଘ ୧୧ ଘଣ୍ଟାରୁ ଅଧିକ ସମୟ ଟଙ୍କା ଗଣାଯାଇଥିଲା। ୧୨୦ ଜଣ ମହିଳା ଓ ୮୦ ଜଣ ପୁରୁଷ ଏହି କାମରେ ନିୟୋଜିତ ହୋଇଥିଲେ।