ସମଲିଙ୍ଗୀ ଯୌନ ସମ୍ପର୍କ ନେଇ ଆଇପିସିର ଦଫା-୩୭୭ ଉଚ୍ଛେଦ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ମାମଲା ଲଢ଼ିବେ ନାହଁ

ନୂଆଦିଲ୍ଲୀ: ସମଲିଙ୍ଗୀ ଯୌନ ସମ୍ପର୍କ ନେଇ ଆଇପିସିର ଦଫା-୩୭୭ ଉଚ୍ଛେଦ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ମାମଲା ଲଢ଼ିବେ ନାହଁ । ସୁପ୍ରିମକୋର୍ଟଙ୍କ ବିଜ୍ଞତା ଉପରେ ମାମଲାକୁ କେନ୍ଦ୍ର ସରକାର ଛାଡ଼ି ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ଅତିରିକ୍ତ ସଲିସିଟର୍‌ ଜେନେରାଲ ତୁଷାର ମେହେଟ୍ଟା ଏସମ୍ପର୍କିତ ସତ୍ୟପାଠ ଦାଖଲ କରିଛନ୍ତି । ଏହାସହ ବ୍ୟକ୍ତିଗତ ଭାବରେ ମାମଲାକୁ ନେଇ ସେ ଅନେକ ଆଶଙ୍କା ପ୍ରକାଶ ବି କରିଥିଲେ । ସମଲିଙ୍ଗୀ ଯୌନ ସଂପର୍କକୁ ଅପରାଧିକ ଶ୍ରେଣୀରୁ ବାଦ ଦିଆଗଲେ ବିବାହ ଭଳି ପବିତ୍ର ବ୍ୟବସ୍ଥା ଭୁଶୁଡି ପଡ଼ିପାରେ । ଏହାଦ୍ୱାରା ହିନ୍ଦୁ ବିବାହ ଆଇନ-୧୯୫୫ରେ ଥିବା ଅନେକ ପ୍ରତିବନ୍ଧକ ହଟିଯିବ । ତେବେ ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଆଇପିସିର ଦଫା-୩୭୭ ଅପରାଧିକ ମାମଲା କି ନୁହେଁ, ବିଚାର କରାଯାଉଛି । ହିିନ୍ଦୁ ବିବାହ ଆଇନର ବିଧି ବ୍ୟବସ୍ଥା ପୂର୍ବ ଭଳି କାଏମ ରହିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.