ଚିନ୍ତା ବଢାଇଲା ନିଅଣ୍ଟିଆ ବର୍ଷା, ୪ ଜିଲ୍ଲାରେ ଉତ୍କଟ ସ୍ଥିତି

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଚିନ୍ତା ବଢାଇଲା ନିଅଣ୍ଟିଆ ବର୍ଷା ।  ଆଜି ଯାଏ ରାଜ୍ୟର ସ୍ବାଭାବିକ ଠାରୁ ୩୯ ପ୍ରତିଶତ କମ ବୃଷ୍ଟିପାତ ହୋଇଛି । ମୟୂରଭଞ୍ଜ, ବାଲେଶ୍ବର, ବଲାଙ୍ଗିର ଓ ପୁରୀରେ ସବୁଠୁ କମ ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୟୂରଭଞ୍ଜରେ ମାଇନସ ୬୯, ବାଲେଶ୍ବରରେ ମାଇନସ ୬୫,ବଲାଙ୍ଗିରରେ ମାଇନସ ୬୨ ଓ ପୁରୀରେ ମାଇନସ ୭୦ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଛି । ଏପଟେ ୫ ଜିଲ୍ଲା କନ୍ଧମାଳ, ଢେଙ୍କାନାଳ, ଜଗତସିଂହପୁର, ମାଲକାନଗିରି ଓ ନବରଙ୍ଗପୁରରେ ସ୍ବାଭାବିକ ବର୍ଷା ହୋଇଛି। ବାକି ୨୧ ଜିଲ୍ଳାରେ ନିଅଣ୍ଟିଆ ବର୍ଷା ପରମାଣ ମାଇନସ ୫୯ରୁ ମାଇନସ ୨୦ ପ୍ରତିଶତ ଭିତରେ ରହିଛି।

ସେପଟେ ରାଜ୍ୟରେ ଜାରି ରହିଛି ମୌସୁମୀ ବର୍ଷା । ଆଗାମୀ ଦୁଇରୁ ୩ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ୨୫ରୁ ପୁଣି ବଢିବ ବର୍ଷା । ୨୬ରେ କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆଗାମୀ ୪ ଦିନ ପାଇଁ ବିଜୁଳି ଘଡଘଡି ପାଇଁ ସତର୍କ ସୂଚନା ଦିଆଯାଇଛି । ଉପକୂଳ ଓଡ଼ିଶା ସମେତ ବଲାଙ୍ଗୀର, ନୂଆପଡ଼ା, ସୋନପୁର ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ଘଡଘଡି ବିଜୁଳି ମାରିବାର ସମ୍ଭାବନା ରହଥିବା ଚେତାବନୀ ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏପଟେ ରାଜ୍ୟରେ ମୌସୁମୀ ବର୍ଷା ପରେ କିଛି ସ୍ଥାନରେ ଗୁଳୁଗୁଳି କମିଛି ।

Leave A Reply

Your email address will not be published.