ଓଡିଶା ପୋଲିସରେ ଯୋଗ ଦେଲେ ୩୯ କ୍ରୀଡ଼ାବିତ, ନିଯୁକ୍ତ କରାଇଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶା ପୋଲିସରେ ଯୋଗ ଦେଲେ ୩୯ କ୍ରୀଡ଼ାବିତ । ବିଭିନ୍ନ କ୍ରୀଡ଼ାରେ ଉଲ୍ଲେଖନୀୟ ସଫଳତା ଓ ପାରଦର୍ଶିତା ଲାଭ କରିଥିବା କ୍ରୀଡ଼ାବିତ ଆଜି ଓଡିଶା ପୋଲିସରେ ସାମିଲ ହୋଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ୩୦ ଜଣ ମହିଳା ଓ ୯ ଜଣ ପୁରୁଷ । ଭର୍ଚୁଆଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ରୀଡ଼ାବିତଙ୍କ ସବୁ ସ୍ୱପ୍ନ ପୂରଣ ପାଇଁ ଯଥା ସମ୍ଭବ ଉଦ୍ୟମ କରାଯିବ । ଅଧିକରୁ ଅଧିକ କ୍ରୀଡ଼ା ପ୍ରତିଭା ସୃଷ୍ଟି କରିବ ଓଡ଼ିଶା ।

odisha police 2

ତୃଣମୂଳସ୍ତରରେ ପ୍ରଶିକ୍ଷଣ ସହ ସ୍କୁଲରେ ସ୍ପୋର୍ଟସ ଶିକ୍ଷା ଉପରେ ଅଧିକ ଫୋକସ କରାଯାଉଛି । ଖୁବଶୀଘ୍ର ଓଡ଼ିଶା ସ୍ପୋର୍ଟସ ପାଓ୍ଵାର ହାଉସ୍‌ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ହଜାରେ କୋଟିରୁ ଅଧିକ ଟଙ୍କା ନିବେଶ କରିଛନ୍ତି ରାଜ୍ୟ ସରକାର । ୨୦୨୩ ହକି ବିଶ୍ୱକପ ପାଇଁ ରାଉରକେଲାରେ ଦେଶର ସର୍ବବୃହତ ହକି ଷ୍ଟାଡିୟମ ନିର୍ମାଣ କରାଯାଉଛି । ପାଲା ଆଥଲେଟଙ୍କୁ ସହାୟତା କରିବା ସହ ସେମାନଙ୍କୁ ଚାକିରି ଯୋଗାଇ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ର‍୍ୟାଙ୍କରେ ଓଡ଼ିଶା ପୋଲିସରେ ୯୬ ଜଣ କ୍ରୀଡ଼ାବିତଙ୍କୁ ନିଯୁକ୍ତି ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.