ଜାମିନ ବିହୀନ ଗିରଫ ପରଓ୍ଵାନା ଅପରାଧୀଙ୍କୁ ମିଳୁନି ନିସ୍ତାର, ସପ୍ତାହେ ଭିତରେ ୩୯୮୮ ଅଭିଯୁକ୍ତ ଗିରଫ

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶା ପୋଲିସକୁ ସଫଳତା । ଅପରାଧ କରି ଚମ୍ପଟ ମାରିଥିବା ଅଭିଯୁକ୍ତଙ୍କୁ ବାନ୍ଧିଛି ପୋଲିସ । ଏନେଇ ଚାଲିଥିବା ସ୍ପେଶାଲ୍‌ ଡ୍ରାଇଭରେ ମୋଟ୍‌ ୩ ହଜାର ୯୮୮ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନାଁରେ ଥିଲା ଜାମିନ ବିହୀନ ଗିରଫ ପରଓ୍ଵାନା । ବର୍ଷ ବର୍ଷ ଧରି ଫେରାର୍‌ ଥିଲେ । ସେମାନଙ୍କୁ ଧରିବା ପାଇଁ ଓଡ଼ିଶା ପୋଲିସ ସ୍ପେଶାଲ୍‌ ଡ୍ରାଇଭ ଆରମ୍ଭ କରିଥିଲା ।

ଗତ ୭ ତାରିଖରୁ ୧୪ ତାରିଖ ଯାଏ ଚାଲିଥିବା ଏହି ଅଭିଯାନ । ୩ହଜାର ୩୯୫ ଜଣଙ୍କ ନାଁରେ ଜିଆର୍‌ ଓ ଏସଟି କେସ ରହିଥିଲା । ବାକି ୫୯୩ ଅଭିଯୁକ୍ତଙ୍କ ନାଁରେ ଅନ୍ୟାନ୍ୟ ମାମଲାରେ ଜାରି ହୋଇଥିଲା ଏନବଡବ୍ଲ୍ୟୁ । ଗଞ୍ଜାମ ଜିଲ୍ଲାର ସର୍ବାଧିକ ୪୫୨ ଜଣଙ୍କୁ ଗିରଫ କରିଛି ପୋଲିସ । ସେହିପରି କେନ୍ଦ୍ରାପଡ଼ା ପୋଲିସ ୩୦୭ ଓ ବାଲେଶ୍ୱର ଜିଲ୍ଲା ପୋଲିସ ଏନବିଡବ୍ଲ୍ୟୁ ଥିବା ୨୯୮ ଜଣଙ୍କୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.