ବଲାଙ୍ଗିର ଅଜୁ ଦୋର ହତ୍ୟାକାଣ୍ଡ ଘଟଣା: ୪ ଅଭିଯୁକ୍ତଙ୍କୁ ଗିରଫ କଲା ବଲାଙ୍ଗିର ଟାଉନ ଥାନା ପୋଲିସ

ବଲାଙ୍ଗିର(କେନ୍ୟୁଜ୍):ବଲାଙ୍ଗିର ଅଜୁଦୋର ହତ୍ୟାକାଣ୍ଡର ୪ ଅଭିଯୁକ୍ତ ଗିରଫ। ଅଭିଯୁକ୍ତଙ୍କୁ ଗିରଫ କରିଛି ବଲାଙ୍ଗିର ଟାଉନ ଥାନା ପୋଲିସ। ଗତ ୧୬ତାରିଖରେ ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନା ପରିସରରେ ଘଟିଥିଲା ହତ୍ୟାକାଣ୍ଡ। ତାଙ୍କ ମାଙ୍କ ସହ ଅଜୁ ଦୋରା ଡାକ୍ତରଖାନା ଆସିଥିବା ବେଳେ ତାଙ୍କୁ ଗୋଡ଼େଇ ଗୋଡ଼େଇ ହତ୍ୟା କରିଥିଲେ ଅଭିଯୁକ୍ତ। ପାରିବାରିକ ଶତ୍ରୁତାକୁ ନେଇ ଅଜୁ ବଡବାପା ପୁଆ ଭାଇ ତାକୁ ହତ୍ୟା କରିବା ପାଇଁ ସୁପାରୀ କିଲରଙ୍କ ସହାୟତା ନେଇଥିଲା।

ହତ୍ୟା କରିବାକୁ ଏଲଲକ୍ଷ ଟଙ୍କାରେ ଡିଲ ହୋଇଥିଲା। ୩୦ ହଜାର ଟଙ୍କା ଅଗ୍ରୀମ ନେଇ ସୁପାରୀ କିଲର ହତ୍ୟା କରିଥିବା ସୂଚନା ଦେଇଛନ୍ତି ବଲାଙ୍ଗିର ଏସପି ନିତିନ କୁଶଳକର। ହତ୍ୟାରେ ବ୍ୟବହୃତ ଖଣ୍ଡା ଓ ବାଇକ ଜବତ କରାଯାଇଛି। ପରେ ଅଭିଯୁକ୍ତଙ୍କୁ ନେଇ ହତ୍ୟାର ଡେମୋ କରିଥିଲା ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.