ମାନସ ସ୍ୱାଇଁ ହତ୍ୟା ମାମଲା: ସରିଲା ରିମାଣ୍ଡ, ଆଜି ଚାନ୍ଦବାଲି JMFC କୋର୍ଟରେ ହାଜର ହେବେ ୪ ଅଭିଯୁକ୍ତ

କେନ୍ୟୁଜ୍(ବ୍ୟୁରୋ): ମାନସ ସ୍ୱାଇଁ ହତ୍ୟା ମାମଲାରେ ରିମାଣ୍ଡରେ ଜେରା ବେଳେ କ୍ରାଇମବ୍ରାଞ୍ଚକୁ ମିଳିଛି ବହୁ ତଥ୍ୟ । କିନ୍ତୁ ମେମୋରୀ ଚିପ୍‌ ରହସ୍ୟ ଏବେ ବି ଖୋଲିନି । କୁଆଡ଼େ ଗଲା ସେହି ମେମୋରୀ ଚିପ୍‌ ? ଦୋଷ ମାନିଥିଲେ ବି ଶର୍ମିଷ୍ଠା, ନିରଞ୍ଜନ କି ଅନ୍ୟ ଅଭିଯୁକ୍ତ କେହି ହତ୍ୟାର କାରଣ କହୁ ନାହାନ୍ତି । ମେମୋରୀ ଚିପ୍‌ ନେଇ ସମସ୍ତେ ଚୁପ୍‌ ।

ସେପଟେ ଶର୍ମିଷ୍ଠାଙ୍କ ଘରୁ ଜବତ ହୋଇଛି ନିରଞ୍ଜନଙ୍କ ଡାଏରୀ। ଏହି ଡାଏରୀକୁ ନେଇ ମଧ୍ୟ ଉଠୁଛି ଅନେକ ପ୍ରଶ୍ନ। କଣ ଲେଖା ରହିଛି ସେହି ଡାଏରୀରେ। ମାନସ ସ୍ୱାଇଁ ମର୍ଡର କେସରେ ୪ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଆଣି ତଥ୍ୟ ପ୍ରମାଣ ଯୋଗାଡ଼ କରିଛି କ୍ରାଇମବ୍ରାଞ୍ଚ । ୫ ଦିନିଆ ରିମାଣ୍ଡରେ ପୂରା ମର୍ଡର ପ୍ଲଟ୍‌ର ଖୁଲାସା ହୋଇଛି । ଅଭିଯୁକ୍ତଙ୍କୁ ଅଲଗା ଅଲଗା ଓ ମୁହାଁମୁହିଁ ଜେରା ବେଳେ ବହୁ ବଳିଷ୍ଠ ପ୍ରମାଣ ମିଳିଛି ।

ରିମାଣ୍ଡର ଶେଷ ଦିନରେ ନିରଞ୍ଜନ ଓ ଶର୍ମିଷ୍ଠାଙ୍କ ଭିତିରି ସମ୍ପର୍କକୁ ନେଇ ଖୋଳତାଡ କରିଛନ୍ତି କ୍ରାଇମବ୍ରାଞ୍ଚ । ‘ସମ୍ପୂର୍ଣ୍ଣ’ ଅଫିସ୍‌ରେ କ୍ରାଇମ ସିନ୍‌ ରିକ୍ରିଏସନ୍‌ କରିଥିଲା କ୍ରାଇମ୍‌ବ୍ରାଞ୍ଚ । ଆଜି ଚାନ୍ଦବାଲି JMFC କୋର୍ଟରେ ହାଜର ହେବେ ୪ ଅଭିଯୁକ୍ତ । ହତ୍ୟାକାଣ୍ଡରେ ସଂପୃକ୍ତି ଥିବା ଶର୍ମିଷ୍ଠା ରାଉତ, ନିରଞ୍ଜନ ସେଠୀ, ରଞ୍ଜନ ନାୟକ ଓ ଝୁନା ଭୋଇଙ୍କ ଗତକାଲି ରିମାଣ୍ଡର ଥିଲା ଶେଷ ଦିନ । ରିମାଣ୍ଡର ଶେଷ ଦିନରେ ଶର୍ମିଷ୍ଠାର ମୋବାଇଲ୍‌ ଓ ଡାଏରୀ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି କ୍ରାଇମବ୍ରାଞ୍ଚ ଟିମ୍‌। ପୁଣି ଥରେ ରିମାଣ୍ଡରେ ଆଣିବାକୁ କ୍ରାଇମ୍‌ବ୍ରାଞ୍ଚ କରିପାରେ ଆବେଦନ ।

Leave A Reply

Your email address will not be published.