ପୁରୀ(କେନ୍ୟୁଜ୍) : ପୁରୀ ବାଣ ବିସ୍ଫୋରଣ ଘଟଣାରେ ୪ ଗିରଫ । ଗିରଫ ଅଭିଯୁକ୍ତ ବାଣ ବେପାରୀ ଚାରିଛକର ପ୍ରଶାନ୍ତ କୁମାର ନାୟକ, ଟୁକୁ ରଞ୍ଜନ ସ୍ବାଇଁ ଏବଂ ସେମାନଙ୍କ ସହଯୋଗୀ ବୁଦ୍ଧିଆ ଭୋଇ ଓ ଜଗନ୍ନାଥ ରାଉତ। ପ୍ରଶାନ୍ତ ଓ ଟୁକୁଙ୍କ ବାଣ ବେପାର ପାଇଁ ଲାଇସେନ୍ସ ଥିଲେ ମଧ୍ୟ ବିସ୍ଫୋରକ ସାମଗ୍ରୀ ତିଆରି ପାଇଁ କୌଣସି ଅନୁମତି ନଥିଲା । ସେମାନଙ୍କ ଠାରୁ ୪୬ କେଜି ପୋଟାସିୟମ ନାଇଟ୍ରେଟ, ୮ କେଜି ବାରୁଦ, ୫ କେଜି ସଲଫର, ବାଣ ଓ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଆଇପିସିର ଧାରା ୨୮୬,୩୨୪,୩୨୬,୩୦୪,୩୪ ଏବଂ ବିସ୍ଫୋରକ ଆଇନ ଉପଧାରା ୩,୪,୫ ,ଓଡ଼ିଶା ଫାୟାର ଓ୍ଵାର୍କସ୍ ଆଣ୍ଡ ଲାଉଡ ସ୍ପିକର ରେଗୁଲେସନ ଆକ୍ଟ ୫ (odisha fire works and loud speaker regulation act 5) ଧାରାରେ ମାମଲା ରୁଜୁ ।