ବାଲେଶ୍ୱର: ଏକାବେଳେ ରେଳ ଧାରଣାରୁ ଉଦ୍ଧାର ହେଲା ୪ ମୃତଦେହ, ମିଳିଛି ୨ ଜଣଙ୍କ ପରିଚୟ

ବାଲେଶ୍ୱର (କେନ୍ୟୁଜ): ବାଲେଶ୍ୱର ଷ୍ଟେସନରେ ପାଖାପାଖି ଭିନ୍ନ ଭିନ୍ନ ଘଟଣାରେ ୪ ମୃତଦେହ ଉଦ୍ଧାର ହୋଇଛି। ଗତକାଲି ବିଳମ୍ବିତ ରାତ୍ରୀରେ ଯାତ୍ରୀବାହୀ ଟ୍ରେନ ଧକ୍କାରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇ ଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ପରିଚୟ ମିଳିଛି । ପରିଚୟ ମିଳିଥିବା ଯୁବକ ଜଣକ ବାଲେଶ୍ୱର ଫାଣ୍ଡି ଛକ ନିକଟରେ ଫଳ ଦୋକାନରେ କାମ କରୁଥିବା ବେଳେ ଯୁବକ ଜଣକ ରେମୁଣା ବଗଲପୁର ଗାଁର କାଳୀ ଚରଣ ଦେ ବୋଲି ଜଣାପଡିଛି । ଅନ୍ଯ ଜଣକ ପରିଚୟ ଏପର୍ଯ୍ଯନ୍ତ ଅସ୍ପଷ୍ଟ ରହିଛି ।

ସେହିଭଳି ଜଣେ ବୃଦ୍ଧ ଭିକ୍ଷୁକର ମୃତଦେହ ରେଳ ଲାଇନ କଡରୁ ଉଦ୍ଧାର ହୋଇ ଥିବା ବେଳେ ଅନ୍ଯତମ ମୃତଦେହ ରେଳ ଲାଇନ କଡ ନିକଟରେ ରହୁ ଥିବା ୱାଇ ଭେଙ୍କଟ ରାଓ ନାମକ ବ୍ଯକ୍ତିର ବୋଲି ଜଣାପଡିଛି । ସମସ୍ତ ମୃତଦେହ କୁ ଜି ଆର୍‌ ପି ପୋଲିସ ଉଦ୍ଧାର କରି ବ୍ଯବଚ୍ଛେଦ ପାଇଁ ବାଲେଶ୍‌ର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ପଠାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.