ଦାରିଙ୍ଗବାଡ଼ି: ବଜ୍ରାଘାତରେ ୪ ଗୋରୁ ମୃତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ ବଜ୍ରପାତ ଯୋଗୁ ୪ ଗୋରୁ ମୃତ୍ୟୁବରଣ କରିଛନ୍ତି । କାଳ ବୈଶାଖୀ ବର୍ଷା ଯୋଗୁ ଗାଇ ବଳଦ ଗ୍ରାମ ପାଖ ତେନ୍ତୁଳି ଗଛ ମୁଳରେ ଆଶ୍ରୟ ନେଇଥିଲେ । ଏହି ସମୟରେ ବଜ୍ରପାତ ହୋଇ ୪ଗାଈ ବଳଦଙ୍କ ମୃତ ହୋଇଛି ।
ଉକ୍ତ ୪ଟି ଗାଈ ବଳଦ କିଲାବାଡ଼ି ଗ୍ରାମର ଦୁଇ ଭାଇ ଖ୍ରୀଷ୍ଟ ପ୍ରଧାନ ଓ ରଞ୍ଜିତ ପ୍ରଧାନଙ୍କର ବୋଲି ଜଣାପଡିଛି । ଖ୍ରୀଷ୍ଟ ପ୍ରଧାନଙ୍କ ଗୋଟିଏ ଗାଈ ଓ ରଞ୍ଜିତ ପ୍ରଧାନଙ୍କ ଗୋଟିଏ ଗାଈ ଓ ଦୁଇଟି ବଳଦ ମୃତ୍ୟୁ ହୋଇଛି । ଏହି ଘଟଣାରେ ଖ୍ରୀଷ୍ଟ ଓ ରଞ୍ଜିତ ଲିଖିତ ଭାବେ ପ୍ରାଣୀ ଚିକିତ୍ସାଳୟ ଅଧିକାରୀ ଓ ତହସିଲଦାରଙ୍କୁ ଜଣାଇବା ପରେ ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ ତଦନ୍ତ କରାଯାଉଥିବା ସୂଚନା ମିଳିଛି ।