ଜୁଇରେ ଏକାଠି ଜଳିଲା ପରିବାରର ୪ ମୃତଦେହ, ନିଶ୍ଚିହ୍ନ ହୋଇଗଲା ପୁରା ପରିବାର

ବରଗଡ଼(କେନ୍ୟୁଜ୍):   ଜୁଇରେ ଏକାଠି ଜଳିଲା ପରିବାରର ୪ଜଣଙ୍କ ମୃତଦେହ। ନିଶ୍ଚିହ୍ନ ହୋଇଗଲା ପୁରା ପରିବାର। ଏକାସାଙ୍ଗେ ଜଳିଲେ ସ୍ୱାମୀ ସ୍ତ୍ରୀ ଓ ଦୁଇ ସନ୍ତାନ। ଗତକାଲି ରାତିରେ ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଜାଣ୍ଡୋଲ ଗାଁ କନ୍ଧପଡାର ଶେଷଦେବ ମେହେରଙ୍କ ପରିବାରର ୪ଜଣ ମୃତଦେହ ଠାବ ହୋଇଥିଲା। ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘର ଖୋଲା ହେବାପରେ ଭିତର କୋଠରୀରେ ଶେଷଦେବ ମେହେର ଓ ସ୍ତ୍ରୀ କ୍ଷୀରେଶ୍ଵରୀ, ଝିଅ ଶିବାନୀ ମେହେରଙ୍କ ମୃତଦେହ ପଡିଥିବା ବେଳେ ପୁଅ ଅରବିନ୍ଦ ମେହେରଙ୍କ ଝୁଲନ୍ତା ମୃତଦେହ ମିଳିଥିବା।

ଶେଷଦେବଙ୍କ ଦ୍ୱିତୀୟ ସ୍ତ୍ରୀଙ୍କ ପୁଅ ଅରବିନ୍ଦ। ସେ ପ୍ରଥମେ ବାପା ଓ ସାବତ ମା ଓ ଭଉଣୀକୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଥିବା ପଡୋଶୀ ସନ୍ଦେହ କରିଛିନ୍ତି। ପୋଲିସ ଅଧିକ ତଦନ୍ତ କରି ଘଟଣାର ପର୍ଦ୍ଦାଫାସ କରୁ ବୋଲି ଦାବି କରିଛନ୍ତି ଗ୍ରାମବାସୀ। ହତ୍ୟାରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି। ପୋଷ୍ଟମର୍ଟମ ପରେ ଏକାଠି ୪ ମୃତଦେହକୁ ଦାହସଂସ୍କାର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.