ଗଣେଶ ପୂଜାରେ ଅଘଟଣ: ମେଢ଼ ନିକଟରେ ଚାଲିଥିଲା ମହାଭାରତ, ବିଦ୍ୟୁତ ସର୍ଟସର୍କିଟରୁ ଗୋଟିଏ ପରିବାରର ୪ ମୃତ

ବ୍ରହ୍ମପୁର (କେନ୍ୟୁଜ): ଗଣେଶ ପୂଜାରେ ଅଘଟଣ । ଗଞ୍ଜାମ ଜ଼ିଲ୍ଲା ପାତ୍ରପୁର ବ୍ଲକ ନୂଆପେଣ୍ଠରେ ଘର ଉପରେ ବିଦ୍ୟୁତ ତାର ଛିଣ୍ଡି ପଡିବା ଫଳରେ ଗୋଟିଏ ପରିବାରର ଚାରି ଜଣ ଆହତ ହୋଇଛନ୍ତି । ଗାଁ ରେ ଗଣେଶ ପୂଜା ଅବସରରେ ସାହିରେ ମହାଭାରତ ଲାଗିଥିବା ବେଳେ ଷ୍ଟେଇଜ ଉପର ଦେଇ ତାର ଯାଇଥିଲା । ତେବେ ହଠାତ ତାର ଛିଣ୍ଡି ଘର ଲୁହା ଗ୍ରିଲକୁ ଲାଗିଯିବା ଫଳରେ ନାଚ ଦେଖୁଥିବା ଚାରି ଜଣ ଆହତ ହୋଇପଡ଼ିଥିଲେ । ଆହତ ଅବସ୍ଥା ରେ ପାତ୍ରପୁର ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସଙ୍ଗେ ସଙ୍ଗେ ନାଟକ କୁ ସ୍ଥଗିତ କରାଯିବା ସହ କିଛି ସମୟ ପାଇଁ ବିଦୂତ ସରବରାହ ବିଚ୍ଛିନ୍ନ କରାଯାଇଥିଲା ।

ତେବେ କିଭଳି ବିଦ୍ୟୁତ୍ ସର୍ଟସର୍କିଟ ହେଲା ନାଟକ ଦେଖିଥିବା ଲୋକଙ୍କୁ କିଭଳି ବିଦ୍ୟୁତ ଆଘାତ ଲାଗିଲା ଏହାର ତଦନ୍ତ କରୁଛି ବିଦ୍ୟୁତ ବିଭାଗ । ଯଦି ବଡ଼ ଅଘଟଣ ଘଟିଥାନ୍ତା ଏଥିଦାୟୀ କିଏ ହେଇଥାନ୍ତା ତାହା ବର୍ତ୍ତମାନ ପ୍ରଶ୍ନ ବାଚୀ ସୃଷ୍ଟି କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.