ଅଶୁଭ ବର୍ଷର ପ୍ରଥମ ରବିବାର: ବଲାଙ୍ଗିରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ

ବଲାଙ୍ଗିର/ପାଟଣାଗଡ଼  : ଅଶୁଭ ରବିବାର । ବଲାଙ୍ଗୀରରେ ଘଟିଛି ୨ଟି ଦୁର୍ଘଟଣା । ପାଟଣାଗଡ଼-ବଲାଙ୍ଗିର ମୁଖ୍ୟରାସ୍ତା ସରମୁହାଣ ଉଲବା ମଝୀରେ ଦୁର୍ଘଟଣା ଘଟି ୨ଜଣଙ୍କର ମୃତ୍ୟୁ ହୋଇଛି। ବୃଦ୍ଧଙ୍କୁ ଏକ ବାଇକ ଧକ୍କାଦେବା ଫଳରେ ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେହପିରି  ବାଇକ ଆରୋହୀ ରାଜେଶ ସାହୁଙ୍କୁ ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ମୃତ ବୃଦ୍ଧ ତେଣ୍ଡାପଦର ଗାଁର ରକ୍ଷାକାରି ନାୟକ।  ରକ୍ଷାକାରିଙ୍କ ମୃତଦେହ ଉଦ୍ଧାର କରିଛି ପାଟଣାଗଡ଼ ପୋଲିସ ।

ସେହପିରି ବଲାଙ୍ଗିର ଟାଉନ ଥାନା ନିକଟରେ ବାଇକକୁ ପିଟିଲା ଏକ ଟ୍ରକ। ଦୁର୍ଘଟଣାରେ ଗଲା ବାଇକରେ ବସିଥିବା ଯୁବତୀଙ୍କ ଜୀବନ। ୨ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତ ଯୁବତୀ ହେଲେ ବଲାଙ୍ଗୀର ସହରର ମମତା । ଟ୍ରକ ଡ୍ରାଇଭର ଦୁର୍ଘଟଣା ପରେ ଚମ୍ପଟ ମାରିଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।