ମୟୂରଭଞ୍ଜରେ ସିରିଜ ଦୁର୍ଘଟଣା: ୪ ମୃତ, ୩ ଆହତ

ରାଇରଙ୍ଗପୁର: ମୟୂରଭଞ୍ଜ ରାଇରଙ୍ଗପୁର ୨୨୦ନଂ ଜାତୀୟ ରାଜପଥ ତିରିଂ ଅଞ୍ଚଳରେ ସିରିଜ ଦୁର୍ଘଟଣା ହୋଇଛି । ଗୋଟିଏ ଟ୍ରକ୍‌ ଦୁଇଟି ପୃଥକ୍‌ ସ୍ଥାନରେ ଦୁର୍ଘଟଣା ଘଟାଇବାରୁ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଗୁରୁତର ଆହତ ହୋଇଛନ୍ତି । ଆତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଆଜି ସକାଳେ ତିରିଂ ଥାନା ଅଞ୍ଚଳର ବଡଡାଳିମା ଛକରେ ୩ ଜଣ ମର୍ଣ୍ଣିଂ ୱାକରେ ଯାଉଥିଲେ। ଏହି ସମୟରେ ଟ୍ରକ୍‌ଟି ଦ୍ରୁତ ଗତିରେ ଆସି ୩ଜଣଙ୍କୁ ଧକ୍କା ଦେଇଥିଲା ଟ୍ରକ୍‌ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଥିଲେ । ଟ୍ରକଟି ସେଠାରୁ ଖସି ପଳାଇଥିଲା । ପରବର୍ତ୍ତୀ ସମୟରେ ପ୍ରାୟ ୫ କିଲୋମିଟର ଯିବା ପରେ ଟ୍ରକଟି ବହଳଦା ଥାନା ବାଗଡେଗାଠାରେ ଏକ ଅଟୋକୁ ପିଟିଥିଲା ।  ଫଳରେ ଅଟୋରେ ଥିବା ଏକ ଦମ୍ପତିଙ୍କ ସହିତ ଅଟୋ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା ।  ଅଟୋରେ ଥିବା ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଥିଲେ । ଦୁର୍ଘଟଣା ପରେ ଟ୍ରକଟି ରାସ୍ତା ତଳକୁ ଖସିପଡ଼ିଥିଲା । ସ୍ଥାନୀୟ ଲୋକେ ଟ୍ରକରେ ଥିବା ଜଣେ ବ୍ୟକ୍ତିଙ୍କୁ କାବୁ କରିଥିବାବେଳେ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି।

You might also like