ଅଧା ରହିଗଲା ଜଗା ଦର୍ଶନ: ଟ୍ରକକୁ ପଛରୁ ପିଟିଲା କାର୍, ୪ମୃତ

ଟାଙ୍ଗୀ(କେନ୍ୟୁଜ୍):ଅଧା ରହିଗଲା ଜଗା ଦର୍ଶନ । ବାଟରେ ଛକିଥିଲା ମୃତ୍ୟୁ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନେଇଛି ୪ ଜଣଙ୍କର ଜୀବନ । ଟ୍ରକକୁ ପଛରୁ ପିଟିଲା କାର୍ । ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଜଙ୍କିଆ ଥାନା ଅନ୍ତର୍ଗତ ସୁନେଇ ରୁପେଇ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି ।
ମୃତକଙ୍କ ଭିତରେ ଅଛନ୍ତି ଦୁଇ ଜଣ ମହିଳା ଓ ଦୁଇ ଜଣ ପୁରୁଷ । କାର୍ଟି ବାଲୁଗାଁ ପଟରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା । ଏମିତିବେଳେ ଟ୍ରକ୍ ପଛରେ ପିଟି ହୋଇଥିଲା କାର୍ । ମୃତକମାନେ ଆନ୍ଧ୍ରପ୍ରଦେଶରୁ ପୁରୀ ଯାଉଥିଲେ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହେଲା କାର୍ ।