ଆଜି ରାତି ୪ ଜିଲ୍ଲା ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ: ସତର୍କ ରହିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର ହେଉଛି । ଅଧିକ ଘାଇ ସୃଷ୍ଟି ପରେ ଭୟଙ୍କର ସ୍ଥିିତି । ରାଜ୍ୟର ବିଭିନ୍ନ ସ୍ଥାନରେ ୫ଟି ଘାଇ ସୃଷ୍ଟି ହୋଇଛି । କଟକ ମୁଣ୍ଡଳିରେ ଜଳସ୍ତର କମୁଛି । ଆସନ୍ତାକାଲି ସକାଳ ସମୟରେ ବନ୍ୟାପାଣି କମିବ । କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲା ଏବଂ କଟକ ଓ ପୁରୀ ଜିଲ୍ଲାର ତଳି ଅଞ୍ଚଳରେ ପିକ୍‌ ଫ୍ଲଡ୍‌ ଏବେ ପାସ କରୁଛି । ଆଜି ରାତି ଏସବୁ ଜିଲ୍ଲା ପାଇଁ ଗୁରୁତ୍ୱପୂର୍ଣ୍ଣ । ସତର୍କ ରହିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟାରେ ୧୨ ଜିଲ୍ଲାର ୧୭ଶହ ୫୭ ଗାଁ ପ୍ରଭାବିତ ହୋଇଛି । ପାଣିଘେରରେ ରହଛି ୪୨୫ଟି ଗାଁ । ଅଢ଼େଇ ଲକ୍ଷ ଲୋକ ଜଳବନ୍ଦୀ ।

ବନ୍ୟାରେ ମୋଟ୍‌ ୪ଲକ୍ଷ ୬୭ହଜାର ୩୨୧ ଜଣ ପ୍ରଭାବିତ ହୋଇଛନ୍ତି । ଏଯାଏ ୫୩ହଜାର ୮୬୬ ଜଣଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିଛି ପ୍ରଶାସନ । ସ୍ଥାନାନ୍ତର ହୋଇଥିବା ଲୋକଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଥିବା କହିଛନ୍ତି ସ୍ୱତନ୍ତ୍ର ଲିଫିକ କମିଶନର । ପ୍ରଭାବିତ ଅଞ୍ଚଳରେ ରନ୍ଧାଖାଦ୍ୟ ଓ ଶୁଖିଲାଖାଦ୍ୟ ଯୋଗାଇ ଦିଆଯାଉଛି । ପାଖାପାଖି ୬୦ ହଜାର ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ଜଳବନ୍ଦୀ ଅବସ୍ଥାରେ ଥିବା ଲୋକଙ୍କ ଉଦ୍ଧାରକାର୍ଯ୍ୟ ଜାରି ରହିବ । ପ୍ରଭାବିତ ଅଞ୍ଚଳରୁ ପାଣି ଛାଡ଼ିବାର ୪୮ ଘଣ୍ଟା ପରେ ଘର ଓ ଚାଷ ଜମି କ୍ଷୟକ୍ଷତି ଆକଳନ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.