ବାଲେଶ୍ୱର: ପୁଅର କାମ କଲେ ଝିଅ, ମା’କୁ କାନ୍ଧ ଦେଲେ ୪ ଦିବ୍ୟାଙ୍ଗ ଝିଅ

ବାଲେଶ୍ବର(କେନ୍ୟୁଜ୍): ଦିବ୍ୟାଙ୍ଗ ଝିଅଙ୍କ କାନ୍ଧରେ ଉଠିଲା ମା’ର କୋକେଇ। ବାହୁନି ବାହୁନି ମା’କୁ କୋକେଇରେ ବୋହି ନେବା ବେଳେ ଦେଖଣାହାରୀ ମୁକ ପାଲଟି ଯାଇଥିଲେ। ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ପଞ୍ଚାୟତରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ତୁମୁଦା ଗାଁର ବାଇଧର ଜେନାଙ୍କ ପତ୍ନୀ ହାରାମଣିଙ୍କ ମୃତ୍ୟୁ ଘଟିଥିଲା ।

baleswar

ବାଇଧର ନିଜେ ରୋଗାଗ୍ରସ୍ତ ଓ ଦିବ୍ୟାଙ୍ଗ ହୋଇଥିବାରୁ ପତ୍ନୀଙ୍କୁ ଶ୍ମଶାନ ନେବାକୁ ବାହାରିଥିଲେ ଚାରି ଝିଅ। ଘରେ ଆଉ କେହି ପୁରୁଷ ନଥିବାରୁ ଚାରି ଦିବ୍ୟାଙ୍ଗ ଝିଅ ମା’ର ଅନ୍ତିମ ସଂସ୍କାର ପାଇଁ ବାହାରିଥିଲେ। କେବଳ ବଡ଼ ଝିଅ ସ୍ୱାଭାବିକ ଓ ବିବାହିତ। ଅନ୍ୟ ୪ଝିଅ ମୁକ ବଧିର। କୋକେଇ ନେଇ ଯିବା ବେଳେ ସେମାନଙ୍କ ବାହୁନି ବାହୁନି କାନ୍ଦିବାର ଦୃଶ୍ୟ ଶୋକାକୂଳ ପରିବେଶ ସୃଷ୍ଟି କରିଥିଲା। ବଡ଼ଝିଅ ମା’ଙ୍କୁ ମୁଖାଗ୍ନି ଦେଇଥିଲେ।

ଅନ୍ୟମାନଙ୍କ ଘରେ କାମ କରି ଓ ଛେଳି ଚଳାଇ ପରିବାର ପୋଷୁଥିଲେ ହାରାମଣି। ଏବେ ପରିବାର କିଭଳି ଚଳିବ ସେନେଇ ଚିନ୍ତାରେ ଚାରି ଦିବ୍ୟାଙ୍ଗ ଭଉଣୀ ଓ ବାଇଧର। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ଅସହାୟ ପରିବାରକୁ ସହାୟତା ଦେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.