ପାକିସ୍ତାନକୁ ପ୍ରତିରକ୍ଷା ସଂପର୍କିତ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ DRDOର ଚାରି ଗିରଫ

ବାଲେଶ୍ୱର(କେ ନ୍ୟୁଜ): ବାଲେଶ୍ୱର ପୋଲିସ ଦ୍ଵାରା କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ଗୁପ୍ତ ତଥ୍ୟ ପାକିସ୍ତାନକୁ ହସ୍ତାନ୍ତର ମାମଲାରେ ୪ ଗିରଫ। ଘଟଣାରେ ଆଉ କେତେ ଜଣଙ୍କ ସମ୍ପୃକ୍ତି ରହିଛି? ସେନେଇ ବାଲେଶ୍ୱର ପୋଲିସ ତଦନ୍ତ ଜରିରଖିଛି । ପ୍ରାଥମିକ ତଦନ୍ତ ପରେ ଅନୁମାନ କରାଯାଉଛି, ଗିରଫ ୪ ଜଣ ପାକିସ୍ତାନୀ ଏଜେଣ୍ଟଙ୍କ ସହ ସମ୍ପର୍କରେ ଥିଲେ । ପାକିସ୍ତାନକୁ ଦେଉଥିଲେ ପ୍ରତିରକ୍ଷା ସଂପର୍କିତ ଗୁପ୍ତ ତଥ୍ୟ । ଚାନ୍ଦିପୁର ଡିଆରଡିଓର ୪ ଠିକା କର୍ମଚାରୀଙ୍କୁ ଗିରଫ କଲା ପୋଲିସ । ସଠିକ ସୂଚନା ପରେ ଘରୁ ଉଠାଇ ଆଣିଲା । ଅନ୍ୟର ସଂପୃକ୍ତି ନେଇ ଚାଲିଛି ତନାଘନା ତଦନ୍ତ ।

ଏମାନେ ବିଦେଶୀ ସଂସ୍ଥାକୁ ଦେଉଥିଲେ ତଥ୍ୟ। ସେମାନଙ୍କ ବିରୋଧରେ ଠୋସ୍‌ ପ୍ରମାଣ ମିଳିବା ପରେ ୪ ଜଣଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି । ଏହି ୪ ଜଣ ଚାନ୍ଦିପୁର ଝାମ୍ପରା ହାଟ ଓ ନୂଆନଈ ଅଞ୍ଚଳର। ଏମାନେ ଚାନ୍ଦିପୁର DRDO ପରିସରରେ ଠିକା କର୍ମଚାରୀ ଭାବେ କାମ କରୁଥିଲେ । ସଂପୃକ୍ତ ଠିକା କର୍ମଚାରୀ ହେଲେ ବସନ୍ତ ବେହେରା, ଟୁଲୁ ବେହେରା ଓ ମୂଷା । ଅନ୍ୟଜଣଙ୍କ ନାଁ ସ୍ପଷ୍ଟ ହୋଇ ନାହିଁ। ଏମାନେ ବିଦେଶୀ ସଂସ୍ଥା ସହ ଫୋନ୍‌ କଲ୍‌ ମାଧ୍ୟମରେ କଥା ହେଉଥିଲେ ।

ତଦନ୍ତରୁ ଜଣାପଡିଛି, ଏମାନେ ପାକିସ୍ତାନୀ ଏଜେଣ୍ଟଙ୍କ ସହ ସମ୍ପର୍କରେ ଥିଲେ । ତଥ୍ୟ ଦେବାକୁ ଅର୍ଥ ମଧ୍ୟ ମିଳୁଥିଲା । ଦେଶରେ ନିରାପତ୍ତା, ସାର୍ବଭୋମତ୍ୱ ପ୍ରତି ଆଞ୍ଚ ଆସିବା ଭଳି ଏମାନେ କାର୍ଯ୍ୟ କରୁଥିଲେ । ଏନେଇ ଅଫିସିଆଲ ସିକ୍ରେଟ ଆକ୍ଟର ସେକ୍ସନ-୩, ୪ ଓ ୫ ଏବଂ ଆଇପିସିର ୧୨୦-B, ୧୨୧-A ଓ ୩୪ ଧାରାରେ ମାମଲା ରୁଜୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.