ଚାଳ ଉପରେ ଜାଲରେ ଫସିରହିଥିବା ୪ ଫୁଟ ଲମ୍ବର ନାଗସାପ ଉଦ୍ଧାର

କାକଟପୁର(କେନ୍ୟୁଜ୍‌): ଅସ୍ତରଙ୍ଗ ନିକଟ ହୀରାଦେଇପୁର ଗ୍ରାମରୁ ୪ ଫୁଟ ଲମ୍ବର ନାଗସାପ ଉଦ୍ଧାର। ଏକ ଚାଳ ଛପର ଘର ଉପରେ ଲାଗିଥିବା ଜାଲରେ ଫସିରହିଥିବା ଏକ ୪ ଫୁଟ ଲମ୍ବର ନାଗସାପକୁ ଉଦ୍ଧାର କରିଛି ଅସ୍ତରଙ୍ଗ ବନ ବିଭାଗ।

ନାଗସାପଟି ଗତରାତ୍ରୀରୁ ଜାଲରେ ଫସି ରହିଥିବା ବେଳେ ଗ୍ରାମର କିଛି ଯୁବକ ଅସ୍ତରଙ୍ଗ ରେଞ୍ଜ ଅଧିନ ମୁହାଣମୁହଁ ଫରେଷ୍ଟର ସବିର ସାହୁଙ୍କୁ ସୂଚନା ଦେଇଥିଲେ । ସୂଚନା ପାଇବା କ୍ଷଣି ଫରେଷ୍ଟର ସବିର ସାହୁ ଘଟଣାସ୍ଥଳରେ ପହଞ୍ଚି ଜାଲ ଦେହରୁ ନାଗସାପଟିକୁ ଉଧାର କରି ନିକଟରେ ରହିଥିବା କ୍ଷେତରେ ଛାଡିଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.