ପାଇଖାନା ପ୍ୟାନରେ ୪ଫୁଟ ଲମ୍ବର ନାଗ !
ବାଙ୍କୀ(କେନ୍ଯୁଜ୍): ପାଇଖାନା ପ୍ୟାନରେ ନାଗ। କଟକ ଜିଲ୍ଲା ବାଙ୍କୀ ଥାନା ଚର୍ଚ୍ଚିକା ଗାଁର ପ୍ରକାଶ ମିଶ୍ରଙ୍କ ପାଇଖାନା ଭିତରେ ଏକ ନାଗ ସାପ ଲୁଚି ରହିଥିଲା। ଖବର ପାଇ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ପ୍ୟାନକୁ ଭାଙ୍ଗି ସାପକୁ ଉଦ୍ଧାର କରିଥିଲେ।
୪ଫୁଟ ଲମ୍ବର ସାପକୁ ପାଇଖାନା ପ୍ୟାନରୁ ବାହାର କରି ଜଙ୍ଗଲ ଭିତରେ ଛାଡି ଦେଇଥିଲେ।