ସମ୍ବଲପୁର : ବନ୍ଦ ହେଲା ହୀରାକୁଦର ୪ ଟି ଗେଟ୍ । ସୂଚନା ଅନୁସାରେ ଏବେ ଡ୍ୟାମର ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବାମପାର୍ଶ୍ବର ୯ ଓ ଡାହାଣପାର୍ଶ୍ବର ୫ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୧୨.୭୧ ଫୁଟ ରହିଛି । ଜଳଭଣ୍ଡାରକୁ ପ୍ରବେଶ କରୁଛି ୨ ଲକ୍ଷ ୫୮ ହଜାର ୫୪୪ କ୍ୟୁସେକ୍ ଜଳ । ନିଷ୍କାସନ ହେଉଛି ୨ ଲକ୍ଷ ୫୦ ହଜାର ୫୨୨ କ୍ୟୁସେକ୍ ଜଳ । ମୁଣ୍ଡଳି ଦେଇ ପ୍ରବାହିତ ହେଉଛି ୩ ଲକ୍ଷ ୭୩ ହଜାର ୩୪୭ ଘନଫୁଟ ଜଳ ।
ଏଥିଯୋଗୁ ମହାନଦୀର ଶାଖା ନଦୀରେ ବନ୍ୟାଜଳ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଦୟା, ଭାର୍ଗବୀର ତଳ ଅଞ୍ଚଳକୁ ପାଣି ପଶିପାରେ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତରଞ୍ଜନ ମହାନ୍ତି। କେବଳ ବୈତରଣୀ ନଦୀ ଜଳସ୍ତର ବୃଦ୍ଧି ପାଉଛି । ଆଖୁଆପଦାରେ ବିପଦ ସଙ୍କେତ ୧୮.୩୩ ମିଟର ରହିଥିବାବେଳେ ଏବେ ଜଳସ୍ତର ୧୭.୩ ମିଟର ରହିଛି । ଉପରମୁଣ୍ଡରେ ସେମିତି ବର୍ଷା ନାହିଁ, ତେଣୁ ଜଳସ୍ତର କମିବ ବୋଲି ସେ କହିଛନ୍ତି ।