ବନ୍ଦ ହେବ ହୀରାକୁଦ ଡ୍ୟାମର ୪ ଗେଟ୍

କେନ୍ୟୁଜ୍: ବନ୍ଦ ହେବ ହୀରାକୁଦ ଡ୍ୟାମର ୪ ଗେଟ । ଉପରମୁଣ୍ଡରୁ ଜଳପ୍ରବାହ କମିଥିବାରୁ ୪ଟି ଗେଟ୍‌କୁ ବନ୍ଦ କରାଯାଉଛି । ଏବେ ୩୬ଟି ସ୍ଲୁଇସ ଗେଟ୍‌ ଦେଇ ବନ୍ୟା ପାଣି ଛଡ଼ାଯିବ । ବର୍ତ୍ତମାନ ଡ୍ୟାମର ବାମପାର୍ଶ୍ୱର ୨୪ ଓ ଡାହାଣ ପାର୍ଶ୍ୱର ୧୨ଟି ଗେଟ୍‌ ଖୋଲା ରହିବ ।

ସବୁ ନଦୀରେ ହ୍ରାସ ପାଉଛି ଜଳସ୍ତର । ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୨୪.୪୩ ଫୁଟ ରହିଛି । ଆଗକୁ ବର୍ଷା ଆସୁଥିବାରୁ ହୀରାକୁଦର ଜଳସ୍ତର ୬୨୨ ଫୁଟ ରଖିବାକୁ ଚେଷ୍ଟା କରାଯିବ । ଅପରାହ୍ଣ ୩ଟାରେ ପରେ ହୀରାକୁଦର କିଛି ଗେଟ୍‌ ବନ୍ଦ ହୋଇପାରେ ବୋଲି ସୂଚନା ଦେଇଛନ୍ତି SRC ପ୍ରଦୀପ ଜେନା । ପ୍ରାଥମିକ ପର୍ଯ୍ୟାୟରେ ୬ଟି ଗେଟ୍‌ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯିବ। ମୁଣ୍ଡଳୀରେ ୧୦ଲକ୍ଷ ୨୬ହଜର କ୍ୟୁକେସ୍‌ ଜଳ ଅତିକ୍ରମ କରୁଛି। ତେବେ କଣାସକୁ ଛାଡି ଦେଲେ ବାକି ସବୁ ଅଞ୍ଚଳରେ ପାଣି କମିବା ଆରମ୍ଭ କରିଛି।

କଣାସକୁ ଛାଡି ଦେଲେ ଅନ୍ୟ ସବୁ ସ୍ଥାନରେ ୨ଫୁଟ ବନ୍ୟାଜଳ କମିଛି। ଗତକାଲି ଠାରୁ ଆଉ କୌଣସି ନୂଆ ଘାଇ ହୋଇନାହିଁ। ମହାନଦୀ ସିଷ୍ଟମ୍‌ରେ ୭ଟି ଘାଇ ହୋଇଛି । ମହାନଦୀରେ କୌଣସି ଘାଇ ହୋଇ ନଥିବା ସ୍ପଷ୍ଟ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ବର୍ତ୍ତମାନ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ପ୍ରାଥମିକତା ଦିଆଯାଇଛି । ପାଣି ଛାଡ଼ିବା ପରେ ହେବ କ୍ଷୟକ୍ଷତି ଆକଳନ କରାଯିବ ବୋଲି କହିଛନ୍ତି SRC। ବର୍ତ୍ତମାନ ସୁଦ୍ଧା ବନ୍ୟାରେ ୨ଜଣ ନିଖୋଜ ଥିବା ଖବର ଆସୁଛି। ଲଘୁଚାପ ବର୍ଷା ନେଇ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି । କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.