ହତ୍ୟା ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ଢେଙ୍କାନାଳ : ହତ୍ୟା ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ । ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ପରଦା ପାଟଣା ଗ୍ରାମରେ ୨୦୧୭ ପଞ୍ଚାୟତ ନିର୍ବାଚନ ସମୟରେ ରାଜନୈତିକ ଶତ୍ରୁତାକୁ ନେଇ ବରଦା ପାଟଣା ଗ୍ରାମର ମାୟାଧର ବେହେରାଙ୍କୁ ହତ୍ୟା କରାଯାଇଥିଲା ।
ଏହି ମାମଲାରେ ସେହି ଗ୍ରାମର ଲଳିତ ଦାସ, ରଞ୍ଜନ କୁମାର ବେହେରା , ମଙ୍ଗରାଜ ବେହେରା, ଅମ୍ବୁଜ ଦାଶ ସଂଘବଦ୍ଧ ଭାବେ ଠେଙ୍ଗା , କାଠ ଫାଳିଆ ଦ୍ଵାରା ମାଡ଼ ମାରି ହତ୍ୟା କରିଥିଲେ । ସେହି ଘଟଣାରେ ଆଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରାୟ ପ୍ରକାଶ କରି ଅଭିଯୁକ୍ତମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି । ଜରିମାନା ଅନାଦେୟ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ । ଏହି ଘଟଣାରେ ମୃତ ମାୟାଧରଙ୍କ ପରିବାର ପକ୍ଷରୁ ସରକାରୀ ଓକିଲ ଅକ୍ଷୟ କୁମାର ଭୋଇ କେଶ ପରିଚାଳାନା କରିଥିଲେ ।