ରଇନ୍ତିରା ଗାଁରେ ଅଗ୍ନିକାଣ୍ଡ, ପୋଡ଼ି ଗଲା ଚାରି ବଖରା ଘର

ସୋରୋ : ବାଲେଶ୍ଵର ଜିଲ୍ଲା ଖଇରା ତହସିଲ ଅମରିଆଅଗ୍ନିପୁର ପଞ୍ଚାୟତ ଅଧୀନ ରଇନ୍ତିରା ଗାଁର ଗତ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ସନାତନ ଦାସଙ୍କ ଚାରିବଖରା ଘର ସମ୍ପୂର୍ଣ୍ଣ ଜଳିଯିବା ସହିତ ଘରର ସମସ୍ତ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି ।ଗତ ରାତିରେ ସନାତନ ଦାସ, ଦୁଇ ପୁଅ-ବହୁ ଓ ଝିଅ, ନାତିନାତୁଣୀ  ସହ ସମସ୍ତ ପରିବାର ଲୋକ ଖାଇସାରି ଘରେ ଶୋଇଥିବା ସମୟରେ ତାଙ୍କ ଘରେ ହଠାତ ନିଆଁ ଲାଗିଯାଇଥିଲା ।

ଘରଟି ଜଳି ଘର ଭିତର ଧୁଆଁ ହେବାରୁ ଘର ଲୋକମାନେ  ଦେଖି ଗାଁ ଲୋକଙ୍କୁ ଡାକିବା ସହିତ ଖଇରା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।  ଅଗ୍ନିଶମ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟୋତ କରିଥିଲା । ହେଲେ ସେତେବେଳକୁ ଘରଟି ସମ୍ପୂର୍ଣ୍ଣ ଜଳିଯାଇଥିଲା ।  ଘରେ ଥିବା ଲକ୍ଷାଧିକ ଟଙ୍କାର ଆସବାବପତ୍ର ସହିତ ପୁଅ ବାହାଘର ପାଇଁ ରଖିଥିବା ନଗଦ  ଚାଳିଶ  ହଜାର ଟଙ୍କା ପୋଡି ନଷ୍ଟ ହୋଇଥିବା ଜଣାପଡ଼ିଛି।

 

 

 

 

You might also like