ଓଡିଶାର ୪ ବରିଷ୍ଠ ଆଇଏଏସ ଅଫିସରଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପଦକୁ ପଦୋନ୍ନତି

ଭୁବନେଶ୍ବର(କେନ୍ୟୁଜ୍): ୪ ବରିଷ୍ଠ ଆଇଏଏସ ଅଫିସରଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପଦକୁ ପଦୋନ୍ନତି। ୧୯୯୧ ବ୍ୟାଚର ୪ ବରିଷ୍ଠ ଆଇଏଏସ ଅଫିସର ଅନୁ ଗର୍ଗ, ମଧୁସୂଦନ ପାଢୀ, ସତ୍ୟବ୍ରତ ସାହୁ ଓ ବିଜୟ ଆରୋରାଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପଦକୁ ପଦୋନ୍ନତି ହୋଇଛି। ତେବେ ବର୍ତ୍ତମାନ ସେମାନେ କାର୍ଯ୍ୟ କରୁଥିବା ପଦବୀରେ ପୂର୍ବଭଳି ଦାୟିତ୍ୱ ତୁଲାଇବେ।
ସେହିପରି ୨ ଜଣଙ୍କୁ କେନ୍ଦ୍ରୀୟ ଡେପୁଟେସନ୍ରେ ଯିବା ଲାଗି ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ଏ ନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।