ରୋଗୀଙ୍କୁ ନେଇଯାଉଥିବା ଆମ୍ବୁଲାନ୍ସର ହଠାତ୍ ବାହାରିଗଲା ଚକା, ଦୁର୍ଘଟଣାରେ ୪ ଆହତ

ନବରଙ୍ଗପୁର(କେନ୍ୟୁଜ): ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସର ଚକ ବାହାରି ଦୁର୍ଘଟଣାଗ୍ରସ୍ତ ୪ ଆହତ। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଠାରୁ କୋଷାଗୁମୁଡା ଯିବା ରାସ୍ତା ତଣ୍ଡାଗୁଡା ନିକଟରେ ବିଳମ୍ବିତ ରାତି ରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗସ୍ତ ହୋଇ ୪ ଆହତ ହୋଇଛନ୍ତି। ସୂଚନା ମୁତାବକ ଖୁଟୁବାଇରୁ ପାପଡାହାଣ୍ଡି ଡାକ୍ତରଖାନାକୁ ରୋଗୀ ଆସୁଥିବା ବେଳେ, କୌଣସି କାରଣ ବଶତଃ ବାମ ଚକା ବାହାରିଯାଇଥିଲା।

ଯାହାଫଳରେ ଭାରସାମ୍ୟ ହରାଇ ଆମ୍ବୁଲାନ୍ସଟି ରାସ୍ତା କଡ଼ ସିମେଣ୍ଟ ପିଲରକୁ ଧକ୍କା ଦେଇ ଓଲଟି ପଡିଥିଲା। ଏଥିରେ ବସିଥିବା କର୍ମଚାରୀ ଓ ରୋଗୀଙ୍କୁ ପ୍ରଥମେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି |

You might also like