କେନ୍ଦୁଝର: ବାଇକକୁ ପିଟିଲା କାର,୪ ଗୁରୁତର

ଘଟଗାଁ(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ କପାସପଡା ଗ୍ରାମ ନିକଟରେ ଏକ କାର ଗୋଟିଏ ବାଇକକୁ ଧକ୍କା ଦେବାରୁ ବାଇକରେ ଥିବା ୩ଜଣଙ୍କ ସମେତ କାରରେ ଥିବା ଜଣେ ବ୍ୟକ୍ତି ଗୁରୁତର ଆହାତ ହୋଇଥିଲେ। ଆମ୍ବୁଲାନ୍ସ ଯୋଗେ ସମସ୍ତ ଗୁରୁତରଙ୍କୁ ଘଟଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଜବତ କରି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।