ପୂର୍ବ ଶତୃତାକୁ ନେଇ ବୋଲଗଡ଼ ବାଙ୍କୋଇ ବାଳସିଙ୍ଗି ଗାଁରେ ବୋମା ମାଡ, ୪ ଆହତ

ବେଗୁନିଆ(କେନ୍ୟୁଜ୍): ପୂର୍ବ ଶତୃତାକୁ ନେଇ ବୋମା ମାଡ। ବୋଲଗଡ଼ ବାଙ୍କୋଇ ଫାଣ୍ଡିର ବାଳସିଙ୍ଗି ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ପୂର୍ବ ଶତୃତାକୁ ନେଇ ବୋମା ମାଡ ଘଟିଛି। ଏଥିରେ ୪ଜଣ ଆହତ  ହୋଇଛନ୍ତି ।

ଦୁଇ ଗୁରୁତରଙ୍କୁ ଆହତ ପ୍ରଥମେ ବାଙ୍କୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଖୋରଧା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରଯାଇଥିବା ବେଳେ ଅନ୍ଯ ଦୁଇଜଣ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ଅଛନ୍ତି । ସେମାନଙ୍କ ମଧ୍ୟ୍ୟରେ ଜଣେ ନାବାଳିକା ଥିବା ଜଣାପଡିଛି । ଖବର ପାଇ ବୋଲଗଡ଼ ଥାନା ଆଇଆଇସି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।   ଏବେ ପରିସ୍ଥିତି ସମ୍ପୁର୍ଣ୍ଣ ଶାନ୍ତ ଅଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.