ଯାଜପୁର ପୋଲିସକୁ ସଫଳତା, ଗିରଫ ହେଲେ ୪ ଅନ୍ତଃଜିଲ୍ଲା ଡକାୟତ

ଯାଜପୁର ରୋଡ (କେ ନ୍ୟୁଜ) : ଯାଜପୁର ରୋଡ ପୋଲିସକୁ ମିଳିଛି ବଡ଼ ସଫଳତା । ୪ ଅନ୍ତଃଜିଲ୍ଲା ଡକାୟତଙ୍କୁ  ଗିରଫ  କରିବାରେ ସଫଳ ହୋଇଛନ୍ତି ଯାଜପୁର ରୋଡ ଆଦର୍ଶ ଥାନା ଅଧିକାରୀ ।  ଏମାନେ ଏକ ଗହଣା ଦୋକାନ ଲୁଟିବାର ଯୋଜନା କରୁଥିବା ବେଳେ ସ୍ଥାନୀୟ ବ୍ୟାସନଗର କଲେଜ ପଛପଟ ପଡ଼ିଆରୁ ପୋଲିସ ଏହି 4ଜଣକୁ  ଗିରଫ କରିବାକୁ ସକ୍ଷମ ହୋଇଥିବାବେଳେ ୨ ଜଣ ଡକାୟତ ଫେରାର ହୋଇଯାଇଛନ୍ତି।   ସେମାନଙ୍କ ପାଖରୁ ୨ଟି ଜୀବନ୍ତ ବୋମା ଗୋଟିଏ ଖଣ୍ଡା, ଗୋଟିଏ ଖେଳନା ବନ୍ଧୁକ, ୨ଟି ବାଇକ, ୧୩ଟି ମୋବାଇଲ ସହ ୨ଟି ସୁନା ହାର ଜବତ କରିଛି ପୁଲିସ । ଏ ସମ୍ପର୍କରେ ଯାଜପୁର ଏସପି ଚରଣ ସିଂ ମୀନା ଏକ ପ୍ରେସ ବିବୃତିରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.