ଧର୍ମଶାଳା ପୋଲିସକୁ ସଫଳତା, ୪ ଅନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରି ଯୋଜନା କଲା ପଣ୍ଡ

ଯାଜପୁର: ଧର୍ମଶାଳା ପୋଲିସକୁ ସଫଳତା। ଏକ ବଡଧରଣର ଡକାୟତି ଯୋଜନା ଉଦ୍ୟମକୁ ପଣ୍ଡ କରି ୪ ଆନ୍ତଃରାଜ୍ୟ ଡକାୟତ ଗିରଫ କରଛି। ଏହା ସହ ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ ୫ ରାଉଣ୍ଡ ଗୁଳି, ୪ଟି ବାଇକ, ୫ଟି ମୋବାଇଲ ଓ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି। ସୂଚନା ମୁତାବକ ଗତ କାଲି ରାତିରେ ଜାରକା ନିକଟ ଦେଉଳି ପାହାଡରେ ଏହି ଗ୍ୟାଙ୍ଗ ଡକାୟତି ଯୋଜନ କରୁଥିଲେ। କୌଣସି ମତେ ପୋଲିସ ଏହି ଖବର ପାଇ ସେଠାରୁ ଏହି ଗ୍ୟାଙ୍ଗ୍କୁ କାବୁ କରିଥିଲା।

jajpur

ଏହି ଗ୍ୟାଙ୍ଗକୁ ଥାନାକୁ ଆଣି ପଚରାଉଚରା କରିବା ପରେ ପୋଲିସକୁ ଏହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଅମର ସିଲୋଙ୍କର ଠିକଣା ମିଳିଥିଲା। ଅମର ମୁମ୍ବାଇରୁ ଓଡିଶାକୁ ତାର ନେଟୱାର୍କ ବିଛାଇଥିଲା। ପରେ ପୋଲିସ ଅମରକୁ ଗିରଫ କରିଛି। ଅମର ନାଁରେ ପୂର୍ବରୁ ହତ୍ୟା ଡକାୟତି ପରି ଏକାଧିକ ମାମଲା ରହିଥିବାର ପୋଲିସକୁ ତଥ୍ୟ ମିଳିଛି। ଏହି ଗ୍ୟାଙ୍ଗରେ ସାମିଲ ଥିବା ଅନ୍ୟ ସଦସ୍ୟ ମାନେ ଯଥା ପୁରୀ ସଦର ଥାନା ଅଞ୍ଚଳର ନରେଶ ପ୍ରଧାନ, ଗଞ୍ଜାମ ସୋରଡା ଥାନା ଅଞ୍ଚଳର ବାବୁସାନ ସ୍ବାଇଁ, ଖୋର୍ଦ୍ଧା ଧଉଳି ଥାନା ଅଞ୍ଚଳ ସନ୍ଦିପ ଭୋଇ ଆଦି ଡକାୟତ ମାନଙ୍କ ବିରୋଧରେ ମଧ୍ୟ ଅନେକ ମାମଲା ରହିଛି। ଗିରଫ ପରେ ଏମାନଙ୍କୁ ଆଜି କୋର୍ଟ ଚାଲଣ କରାଯିବ ବୋଲି ଯାଜପୁର ଅତିରିକ୍ତ ଏସପି ଅକ୍ଷୟ କୁମାର ଦାସ ସୂଚନା ଦେଇଛନ୍ତି।