ଖୋର୍ଦ୍ଧା: ଐତିହାସିକ ଦକ୍ଷ ପ୍ରଜାପତି ମନ୍ଦିରରୁ ମୂର୍ତ୍ତି ଚୋରୀ ଘଟଣାର ପର୍ଦ୍ଦଫାସ୍, ଧରା ହେଲେ ୪ ଆନ୍ତଃରାଜ୍ୟ ମୂର୍ତ୍ତି ଚୋର ରାକେଟ

ଟାଙ୍ଗୀ(କେନ୍ୟୁଜ୍): ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ଐତିହାସିକ ଦକ୍ଷ ପ୍ରଜାପତି ମନ୍ଦିରରୁ ମୂର୍ତ୍ତି ଚୋରୀ ଘଟଣାର ପାର୍ଦ୍ଦାଫାସ୍ । ଧରା ହେଲେ ୪ ଆନ୍ତଃରାଜ୍ୟ ମୂର୍ତ୍ତି ଚୋରି ରାକଟେ। ସେମାନଙ୍କ ନିକଟରୁ ୯ଟି ଦେବାଦେବୀଙ୍କ ମୂର୍ତ୍ତି ଜବତ କରିବା ସହ ଚାରୋଟି ତରଳା ଯାଇଥିବା ମୂର୍ତ୍ତି (ଧାତୁ), ଗୋଟିଏ ଆଧାର କାର୍ଡ, ତିନୋଟି ମୋବାଇଲ ଏବଂ ଗୋଟିଏ ଏୟାର ବ୍ୟାଗ ଜବତ କରାଯାଇଛି। ଗିରଫ ହୋଇଥିବା ସମସ୍ତ ଯୁବକମାନେ ରାଜସ୍ଥାନର ବାସିନ୍ଦା ବୋଲି ଜଣାପଡିଛି । ଖୋର୍ଦ୍ଧା ଜିଲ୍ଲା ଏସପି ଅଜୟ ପ୍ରତାପ ସ୍ୱାଇଁ ପ୍ରେସମିଟ ଜରିଆରେ ସୂଚନା ଦେଇଛନ୍ତି ।

ଗତ ଡିସେମ୍ବର ମାସ ୨୨ ତାରିଖରେ ଐତିହାସିକ ଦକ୍ଷେଶ୍ୱର ମନ୍ଦିର ପରିସରରୁ ଶହ ଶହ ବର୍ଷ ପୁରୁଣା ୨୨ଟି ମୂର୍ତ୍ତି ଚୋରି ହୋଇଥିଲା । ମୂର୍ତ୍ତି ଚୋରୀ ରାକେଟକୁ ଧରିବା ପାଇଁ  ଖୋର୍ଦ୍ଧା ଜିଲ୍ଲା ଏସପିଙ୍କ ନିର୍ଦ୍ଦେଶରେ ବାଲୁଗାଁ ଏସ୍ଡ଼ିପିଓଙ୍କ ତତ୍ତ୍ବବଧାନରେ ବାଣପୁର ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ, ଏସ୍.ଆଇ ବିଜୟ କୁମାର ମଲ୍ଲିକ ଏବଂ ରାଜକିଶୋର ବେହେରାଙ୍କ ମିଳିତ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲେ ।

khordha theft

ଘଟଣାରେ କୋଣସି ସୂତ୍ରରୁ ଖବର ପାଇ ଗତକାଲି ରାତିରେ ଖୋର୍ଦ୍ଧା ବରୁଣେଇ ପାହାଡ଼ ଅଞ୍ଚଳରୁ ଜଣଙ୍କୁ ପୋଲିସ କାବୁ କରିଥିଲା । ତାହା ଠାରୁ ସବିଶେଷ ତଥ୍ୟ ସଂଗ୍ରହ କରି ଅନ୍ୟ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।

ଏହି ଗ୍ୟାଙ୍ଗ ଓଡିଶାରୁ ପୂର୍ବରୁ ବହୁ ମୂର୍ତ୍ତି ଚୋରି କରି ଥିଲେ ସୁଦ୍ଧା ମୂର୍ତ୍ତିକୁ ବିକ୍ରି କରିବାରେ ସଫଳ ହୋଇନଥିଲେ । ଏଣୁ ବହୁ ଚୋରି ମୂର୍ତ୍ତିକୁ ବିଭିନ୍ନ ସ୍ଥାନରେ ପୋତିଦେଇଥିଲେ । ଅନ୍ୟ କେତେ ଗୁଡିଏ ମୂର୍ତ୍ତିଗୁଡିକୁ ତରଳାଇ ଦେଇଥିଲେ । ସେମାନଙ୍କ ସୂଚନା ଆଧାରରେ ପୋଲିସ ଜଟଣୀ ପୌର ପରିଷଦ ଅଧିନସ୍ଥ  ଗୋଶାଳା ପଡିଆରୁ ଅନେକ ମୂର୍ତ୍ତି ଓ ଲୁହା ପିଣ୍ଡଳା  ଜବତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.