ଭୁବନେଶ୍ବର ଦାୟିତ୍ବରେ ୪ IPS ଅଫିସର, ନରସିଂହ ଭୋଳ ହେଲେ ଅତିରିକ୍ତ ପୋଲିସ କମିଶନର

ଭୁବନେଶ୍ୱର : ଭୁବନେଶ୍ବର ଦାୟିତ୍ବରେ ୪ IPS ଅଫିସର । ଜଗମୋହନ ମୀନା ହେଲେ ଭୁବନେଶ୍ବର DCP । ଏବେ ସେ କଟକ ଡିସିପି ଅଛନ୍ତି । DCP ପିନାକ ମିଶ୍ରଙ୍କୁ STF ଡିଆଇଜି ଭାବେ ବଦଳି କରାଯାଇଛି । ସେହିପରି ଅତିରିକ୍ତ ପୋଲିସ କମିଶନର ଉମାଶଙ୍କର ଦାସ ମଧ୍ୟ ବଦଳିଛନ୍ତି । ତାଙ୍କ ସ୍ଥାନରେ ଅବକାରୀ କମିଶନର ଥିବା ନରସିଂହ ଭୋଳଙ୍କୁ ଦାୟିତ୍ଵ ଦିଆଯାଇଛି । ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା ତିନି ଯୁବ ଆଇପିଏସଙ୍କୁ ଭୁବନେଶ୍ଵର ଅଣାଯାଇଛି । ଅଙ୍କିତ କୁମାର ବର୍ମା ହେଲେ ଭୁବନେଶ୍ବର ଅତିରିକ୍ତ DCP । ପୂର୍ବରୁ ସେ ଜୟପୁର SDPO ଥିଲେ । ଅମ୍ରିତ ପାଲ୍ କୌରଙ୍କୁ ଭୁବନେଶ୍ବର ADCP ଦାୟିତ୍ବ ମିଳିଛି । ପଦ୍ମପୁର SDPO ଥିଲେ ଅମ୍ରିତ ପାଲ୍ କୌର ।
ସେହିପରି ସୋନାଲି ସିଂ ପରମାର୍ ଭୁବନେଶ୍ବର ACP ହୋଇଛନ୍ତି । ସେ ବଣାଇ SDPO ଥିଲେ । ଅଙ୍କିତ କୁମାର ବର୍ମା ଓ ଅମ୍ରିତ ପାଲ୍ କୌର ୨୦୨୧ ବ୍ୟାଚର ଆଇପିଏସ ଅଫିସର । ସେହିପରି ସୋନାଲି ସିଂ ପରମାର୍ ୨୦୨୨ ବ୍ୟାଚର ଆଇପିଏସ । ଗତ କିଛି ଦିନ ହେଲା ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲ୍ଲାରେ ଆଇଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ପୋଲିସ ପାଇଁ ବଡ଼ ଚାଲେଞ୍ଜ ହୋଇଛି । ଏହାକୁ ନଜରରେ ରଖି ତିନି ଯୁବ ଆଇପିଏସଙ୍କୁ ଭୁବନେଶ୍ୱର ଅଣାଯାଇଥିବା ଚର୍ଚ୍ଚା ହେଉଛି ।
ଆହୁରି ପଢ଼ନ୍ତୁ : ମାର୍ଚ୍ଚରୁ ମେ’ କଲବଲ କରିବ ତାତି, କେବଳ ଦିନ ନୁହେଁ ରାତିରେ ମଧ୍ୟ ଗରମରୁ ମିଳିବନି ତ୍ରାହି