୨୪ ଘଣ୍ଟାରେ ୪ କାଉଡିଆଙ୍କ ଅକାଳ ମୃତ୍ୟୁ

ଭୁବନେଶ୍ୱର : ୨୪ ଘଣ୍ଟାରେ ୪ କାଉଡିଆଙ୍କ ଅକାଳ ମୃତ୍ୟୁ । ଜଳଲାଗି ପାଇଁ ଯାଉଥିବା କିଛି କାଉଡିଆଙ୍କ ପାଇଁ ଶ୍ରାବଣ ମାସ ବିପତ୍ତି ଆଣିଛି । ଅସାବଧାନତା ଏବଂ ଦୁର୍ଯୋଗ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ୪ଜଣ କାଉଡିଆଙ୍କ ମୃତ୍ୟୁ ହୋଇଛି । କଟକ ଚାନ୍ଦବାଲି ରାସ୍ତା ନିଶ୍ଚିନ୍ତକୋଇଲି ତହସିଲ ଅଫିସ ଛକରେ ଦୁର୍ଘଟଣାରେ ୨ଜଣ କାଉଡିଆଙ୍କର ମୃତ୍ୟୁ ହୋଇଛି ।
ଅନ୍ୟ ୩ ଜଣ ଗୁରୁତରଙ୍କୁ କଟକ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବସୁପଦା ଗାଁରୁ ପ୍ରାୟ ୩୭ଜଣ କାଉଡିଆ ପାଣି ଭାର ନେଇ ଶୀଧେଶ୍ୱର ମହାଦେବଙ୍କ ପାଖରେ ଜଳ ଲାଗି କରିବା ପାଇଁ ଯିବା ସମୟରେ ହୋଇଥିଲା ଦୁର୍ଘଟଣା । କଣ୍ଟିଲୋରୁ ପାଣି ଉଠାଇ ମାଳିସାହି ଗତିକେଶ୍ୱର ଆସୁଥିବାବେଳେ ବୃନ୍ଦାବନ ସ୍ୱାଇଁ ଭାରଧରି ରାସ୍ତାରେ ଟଳି ପଡିଥିଲେ । ସେହିପରି ବୈତରଣୀ ନଦୀର ବଲ୍ଲଭୀ ଘାଟରେ ଆଖଣ୍ଡଳମଣି ପୀଠକୁ ପାଣି ନେବାକୁ ବୁଡ଼ ପକାଉଥିବାବେଳେ ବୁଡି ଜଣେ କାଉଡିଆଙ୍କ ମୃତ୍ୟୁ ହୋଇଛି ।