ମନ୍ଦିର ଦର୍ଶନ କରି ଫେରିବା ବେଳେ ଗଛକୁ ପିଟିଲା ସ୍କର୍ପିଓ, ଘଟଣାସ୍ଥଳରେ ୪ ମୃତ, ଜଣେ ଗୁରୁତର

ରାଉଲକେଲା : ରାଉଲକେଲାରେ ଅଭାବନୀୟ ଘଟଣା l ମନ୍ଦିର ଦର୍ଶନ କରି ଫେରିବା ବେଳେ ଗଛରେ ପିଟି ହେଲା ସ୍କର୍ପିଓ l ଘଟଣା ସ୍ଥଳରେ ୪ ମୃତ ଜଣେ ଗୁରୁତର l ଗୁରୁତରଙ୍କୁ ରାଞ୍ଚିର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି l ଘଟଣା ଘଟିଛି ଝାଡ଼ଖଣ୍ଡ ଚତରା ଅଞ୍ଚଳରେ l ରାଉଲକେଲା ରାଏବଗା ଥାନାର ହୋମ ଗାର୍ଡ ଭାବରେ କାମ କରୁଥିବା ରଶ୍ମି ରଞ୍ଜନ ସାହୁଙ୍କ ଗତ 20 ତାରିଖରେ ବାହାଘର ହୋଇଥିଲା l
ନୂଆ ବାହା ହୋଇଥିବାରୁ ସେ ଓ ତାଙ୍କ ସ୍ତ୍ରୀଙ୍କ ସହ ଶଳା, ଆଇ ଓ ଜଣେ ସମ୍ପର୍କୀୟ ମହିଳାଙ୍କୁ ସାଙ୍ଗରେ ଏକ ସ୍କର୍ପିଓ ଗାଡ଼ି ରେ ଝାଡ଼ଖଣ୍ଡ ଅଞ୍ଚଳର ଚତରା ରେ ଥିବା ମା ଭଦ୍ର କାଳୀଙ୍କ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ l ଦର୍ଶନ ସାରି ସମସ୍ତେ ଘରକୁ ଫେରୁଥିବା ବେଳେ ଚତରା ନିକଟରେ ସ୍କର୍ପିଓଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଯାଇଥିଲା l
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ହୋମ ଗାର୍ଡଙ୍କ ନୂଆ ବାହା ହୋଇଥିବା ସ୍ତ୍ରୀ, ଶଳା, ଆଇ ଓ ଜଣେ ସମ୍ପର୍କୀୟ ମହିଳାଙ୍କ ସମେତ 4 ଜଣଙ୍କ ଘଟଣା ସ୍ଥଲରେ ମୃତ୍ୟୁ ହୋଇଛି l ଘଟଣା ସମ୍ପର୍କରେ ଖବର ପାଇ ଚତରା ପୋଲିସ ପହଞ୍ଚି ମୃତକଙ୍କୁ ଉଦ୍ଧାର କରିଛି l ରାଏବଗା ଥାନାରେ କାମ କରୁଥିବା ହୋମ ଗାର୍ଡଙ୍କୁ ରାଞ୍ଚିର ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରିଛି ପୋଲିସ l ଘଟଣା ସମ୍ପର୍କରେ ଖବର ପାଇ ମୃତକଙ୍କ ପରିବାରରେ ଶୋକର ଛାୟା ଖେଳି ଯାଇଛି l