ମୟୂରଭଞ୍ଜ : ୪ ଆନ୍ତଃରାଜ୍ୟ ଲୁଟେରା ଗିରଫ

ମୟୂରଭଞ୍ଜ : ରାଇରଙ୍ଗପୁର ଥାନା ପୋଲିସ ୪ ଆନ୍ତଃରାଜ୍ୟ ଲୁଟେରାକୁ ଗିରଫ କରିଛି । ସେମାନେ ହେଲେ ପୁଚୁ ଆନ୍ଥୋନୀ, ସେକ ଇବ୍ରାର, ଏମଡି ଇକବାଲ ଓ ୱାହିଦ ରାଜା । ସେମାନେ ନେଇ ପଳାଇଥିବା ଏକ ଟ୍ରକକୁ ପୋଲିସ ଉଦ୍ଧାର କରିଛି । ଏଥିସହ ଏକ ବାଇକ, ୬୫୩୦ ଟଙ୍କା, ୩ଟି ମୋବାଇଲ ଫୋନ ଜବତ ହୋଇଛି ।

ଅଭିଯୋଗ ଅନୁଯାୟୀ, ଗତ ଶୁକ୍ରବାର ଦିନ ୨୨୦ ନମ୍ବର ଜାତୀୟ ରାଜପଥ ମାଛକାନ୍ଧଣା ଘାଟିରେ ଏକ ପାନ ମସଲା ବୋଝେଇ ଟ୍ରକ ଡ୍ରାଇଭରଙ୍କୁ ଦୁର୍ବୃତ୍ତମାନେ ଅପହରଣ କରିନେଇଥିଲେ । ତେବେ ରାଇରଙ୍ଗପୁର ମୁର୍ମୁ ଛକରେ ପୋଲିସ ପାଟ୍ରୋଲିଂ ଗାଡ଼ି ଦେଖି ଦୁର୍ବୃତ୍ତମାନେ ଡ୍ରାଇଭରଙ୍କୁ ଓହ୍ଲାଇ ଟ୍ରକ ନେଇ ପଳାଇଥିଲେ । ଏହାକୁ ନେଇ ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ତିରିଂରେ ଲୁଚାଇ ରଖିଥିଲେ । ଏନେଇ ଡ୍ରାଇଭର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଜାମସେଦପୁର ପରଶୁ଼ଡିହି ଅଞ୍ଚଳରୁ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ମୟୂରଭଞ୍ଜ ସୀମାନ୍ତବର୍ତ୍ତି ଅଞ୍ଚଳରେ ବିଭିନ୍ନ ଅପରାଧିକ ମାମଲାରେ ସାମିଲ ଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.