ରାଉରକେଲା -ପୁରୀ ଇଣ୍ଟରସିଟି ଟ୍ରେନରୁ ୪ ଲୁଟେରା ଗିରଫ, ଯାତ୍ରୀମାନଙ୍କ ଠାରୁ ସୁନା ଗହଣା କରୁଥିଲେ ଲୁଟ

ସମ୍ବଲପୁର : ସମ୍ବଲପୁର ଜିଆରପି ପୋଲିସର ନିଦ ହଜାଇଥିବା ଲୁଟେରାକୁ ଆଜି ଗିରଫ କଲା ଜିଆରପି l ପୁରା ଫ୍ଲିମ ଷ୍ଟାଇଲରେ ଟ୍ରେନ ଭିତରୁ ଗିରଫ କଲା ଏହି ଡକାୟତମାନଙ୍କୁ ଜିଆରପି l ଆଜି ସକାଳୁ ରାଉରକେଲା ଷ୍ଟେସନରୁ ଇଣ୍ଟରସିଟି ଟ୍ରେନ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା l ଏହି ଟ୍ରେନରେ ଲୁଟେରାମାନେ ରହିଥିବା ଜିଆରପି ପୋଲିସ ଖବର ପାଇଥିଲା l
ଝାରସୁଗୁଡା ପହଞ୍ଚିବା ପରେ ସମ୍ବଲପୁର ଜିଆରପିର କିଛି ଅଧିକାରୀ ଟ୍ରେନ ଭିତରକୁ ଚଢ଼ିଥିଲେ l ତେବେ କିଛି ଲୁଟେରା ଟ୍ରେନ ରେ ଥିବା ଉପର ସିଟରେ ପେପର ପଢିବା ଷ୍ଟାଇଲ ରେ ବସି ଉପର ସିଟରେ ଯାତ୍ରୀମାନଙ୍କ ବ୍ୟାଗରୁ ସୁନା ଲୁଟ କରିବା ସମୟରେ ପୋଲିସ ଦ୍ୱାରା 4 ଲୁଟେରାକୁ ଗିରଫ କରିଥିଲା l
ଗିରଫ ଲୁଟେରାମାନେ ବିହାର ଅଞ୍ଚଳର l ଏହି ଲୁଟେରାମାନେ ଟ୍ରେନରେ ଯାତ୍ରୀମାନଙ୍କ ଠାରୁ ସୁନା ଗହଣା ଲୁଟ କରିବା ଅଭିଯୋଗରେ ହେଲେ ଗିରଫ l ରାଉରକେଲା -ପୁରୀ ଇଣ୍ଟରସିଟି ଟ୍ରେନରେ କରୁଥିଲେ ଲୁଟ l ଏମାନଙ୍କ ନିକଟରୁ ସୁନା ଓ ରୁପା ଜବତ କରିଛି ଜିଆରପି ପୋଲିସ l ଏମାନେ ପେପର ଗେଙ୍ଗ ନାମରେ ଜଣା ଯାଆନ୍ତି l