ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ହାର୍ଡକୋର ମାଓବାଦୀ, ଜଣେ କନେଷ୍ଟବଳ ସହିଦ

ମାଲକାନଗିରି : ୪ ହାର୍ଡକୋର ମାଓବାଦୀ ନିହତ ।  ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ । ୪ ଜିଲ୍ଲାର DRG ଯବାନଙ୍କ ବଡ଼ଧରଣର ଅପରେସନ ବେଳେ ଏହି ସଫଳତା ମିଳିଛି । ମାଓବାଦୀ ଗୁଳିରେ ଜଣେ ହେଡ କନେଷ୍ଟବଳ ସହିଦ ହୋଇଛନ୍ତି ।  ଏକେ-୪୭ ଓ SLR ସହ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି ।  ଘଟଣାସ୍ଥଳରେ ଏବେ ବି ଜାରି ରହିଛି ଗୁଳିବିନିମୟ ।