ମାଟ୍ରିକ ବିଜ୍ଞାନ ପରୀକ୍ଷାରେ ବିଭ୍ରାଟ, ପ୍ରଶ୍ନପତ୍ରରେ ୪ ମାର୍କ କମ୍ ଥିବା ଅଭିଯୋଗ

କଟକ : ମାଟ୍ରିକ ବିଜ୍ଞାନ ପରୀକ୍ଷାରେ ବଡ଼ ବିଭ୍ରାଟ । ବିଜ୍ଞାନ ପ୍ରଶ୍ନପତ୍ରରେ ୪ ମାର୍କ କମ୍ ଥିବା ଅଭିଯୋଗ । ବିଜ୍ଞାନ ପେପର ‘C’ ସେଟ୍ ପ୍ରଶ୍ନପତ୍ରରେ ୪ ମାର୍କ କମ୍ ଥିବା ଅଭିଯୋଗ ଆସିଛି । ୧୦୦ ମାର୍କ ପାଇଁ ପରୀକ୍ଷା ହେଉଥିବା ବେଳେ ସବଜେକଟିଭ ପ୍ରଶ୍ନପତ୍ରରେ ୫୦ ମାର୍କରୁ ୪୬ ମାର୍କର ପ୍ରଶ୍ନ ଥିଲା। ଏ ନେଇ ବୋର୍ଡ କର୍ତ୍ତୃପକ୍ଷଙ୍କ ତରଫରୁ ସ୍ପଷ୍ଟୀକରଣ ଦିଆଯାଇଛି । ମୂଲ୍ୟାୟନ ବେଳେ ବୋର୍ଡ କମିଟି ଏହାକୁ ନଜର ଦେବ ବୋଲି ବୋର୍ଡ କହିଛି । ପିଲାଙ୍କ ମାର୍କିଂ ଉପରେ କୌଣସି ପ୍ରଭାବ ପଡ଼ିବନି ବୋଲି ସ୍ପଷ୍ଟ କରାଯାଇଛି ।