ଛତିଶଗଡରେ ୪ ଓଡ଼ିଆଙ୍କୁ କୁରାଢୀରେ ହାଣି ନିର୍ମମ ହତ୍ୟା

କେନ୍ୟୁଜ୍: ଛତିଶଗଡରେ ୪ ଓଡ଼ିଆଙ୍କୁ ନିର୍ମମ ହତ୍ୟା। ମୃତକଙ୍କ ମଧ୍ୟରେ ବାପା,ମାଆ ଓ ଦୁଇ ଛୁଆ ଥିବା ଜଣାପଡିଛି । ଛତିଶଗଡ ଦୁର୍ଗ ଜିଲ୍ଲା କୁହ୍ମାରୀ ନିକଟ ଅକେଳି ଗାଁରେ ରହୁଥିବା ୪ ଓଡ଼ିଆଙ୍କୁ କୁରାଢୀରେ ହାଣି ହତ୍ୟା କରାଯାଇଛି ।

ସମ୍ପତ୍ତି ବିବାଦରୁ ସେମାନଙ୍କ ହତ୍ୟା ହୋଇଥିବା ଛତିଶଗଡ ପୋଲିସ ସନ୍ଦେହ କରୁଛି । ସମସ୍ତ ୪ ମୃତକ ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ଦେଢଗାଁର ଭୋଳାନାଥ ଯାଦବ, ସ୍ତ୍ରୀ ନେନା ଯାଦବ, ଦୁଇ ଛୁଆ ପ୍ରମୋଦ ଓ ମୁକ୍ତା । ଗତ ୧୨ ବର୍ଷ ଧରି ପନିପରିବା ବଗିଚାରେ କାମ କରି ଆସୁଥିଲେ ଭୋଳାନାଥ ।

Leave A Reply

Your email address will not be published.