କମିଶନରେଟ ପୋଲିସ କବଜାରେ ତ୍ରିଚି ଗ୍ୟାଙ୍ଗ, ୪ ସଦସ୍ୟ ଗିରଫ, କାର କାଚ ଭାଙ୍ଗି ଲୁଟ୍ କରୁଥିଲେ

ଭୁବନେଶ୍ୱର : କମିଶନରେଟ ପୋଲିସ କବଜାରେ ତ୍ରିଚି ଗ୍ୟାଙ୍ଗ। ତାମିଲନାଡୁରୁ ଆସିଲେ ଓଡିଶାରେ ଲୁଟିଲେ। ଲୁଟେରା ଗ୍ୟାଙ୍ଗର ୪ ଜଣ ସଦସ୍ୟଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଆଖି ପିଛୁଳାକେ କାର କାଚ ଭାଙ୍ଗି କରୁଥିଲେ ଲୁଟ୍। ମୋ ବସରୁ ଲୁଟ୍ ସହ ବିଭିନ୍ନ ଦୋକାନ ବଜାର ଓ ଗହଳି ସ୍ଥାନରୁ ଲୁଟ୍ କରୁଥିଲେ। କେବଳ ଟୁଇନ ସିଟି ନୁହେଁ, ରଥଯାତ୍ରା ବେଳେ ପୁରୀରେ କିଛି ଲୋକଙ୍କ ଠାରୁ ଲୁଟପାଟ କରିଥିଲେ । ସେମାନଙ୍କୁ କାବୁ କରି ୪ଟି ଲାପଟପ, ୨୫ ଟି ମୋବାଇଲ ଜବତ କରିଛି ପୋଲିସ। ଜଣେ ଓଏଏସ୍ ଅଧିକାରୀ ଓ ଅନ୍ୟ ଜଣଙ୍କଠାରୁ ଲୁଟ ହୋଇଥିବା ଲାପଟପ ଓ ମନୀପର୍ସ ଫେରାଇଛି ପୋଲିସ । ଆବଶ୍ୟକ ସ୍ଥଳେ ଏମାନଙ୍କୁ ରିମାଣ୍ଡରେ ନିଆଯିବ ବୋଲି କହିଛନ୍ତି ପୋଲିସ କମିଶନର ।