ସମ୍ବଲପୁର ମଣପୁରମ ସୁନା ଲୁଟ ଘଟଣା, ଆଉ ୪ ଗିରଫ

ସମ୍ବଲପୁର : ମଣପୁରମ ସୁନା ଲୁଟ ଘଟଣା ଆଉ ୪ ଗିରଫ । ତଦନ୍ତ ବେଳେ ସାମ୍ନାକୁ ଆସିଲା ପାକ ସଂପୃକ୍ତି । ଦିଲ୍ଲୀରୁ ଆଉ ୪ ଅଭିଯୁକ୍ତଙ୍କୁ ଗିରଫ କଲା ସମ୍ବଲପୁର ପୋଲିସ । ଲୁଟ ସୁନା ବିକି ପାକିସ୍ତାନରୁ ମାରଣାସ୍ତ୍ର କିଣିଛନ୍ତି ଡକାୟତ l ଲୁଟ ସହ ଓ ସୁନା ନେଇଯିବା ଘଟଣାରେ ସହଯୋଗ କରିଥିବା ୪ ଜଣଙ୍କୁ ଗିରଫ କରିଛି ପୋଲିସ l ଏମାନଙ୍କ ଠାରୁ ପାକିସ୍ତାନ ତିଆରି ୧୪ଟି ବନ୍ଧୁକ ଜବତ କରାଯାଇଛି । ପୂର୍ବରୁ ମଣପୁରମ ସୁନା ଲୁଟ ଘଟଣାରେ ମାଷ୍ଟର ମାଇଣ୍ଡ ସୁବୋଧ ସିଂ ସହ ୪ ଗିରଫ ହୋଇଥିଲେ l ଏବେ ଗିରଫ ସଂଖ୍ଯା ୮ରେ ପହଂଚିଥିବା ସମ୍ବଲପୁର ଏସପି ସୂଚନା ଦେଇଛନ୍ତି l